ପବିତ୍ର ଆତ୍ମା ଉତୁର୍ତାର୍
1 ଜଃଡେବଃଳ୍ ପେଣ୍ଟିକସ୍ଟ୍ ହଃର୍ବାର୍ ଦିନ୍ ଚଃମେ ଅୟ୍ଲି ସଃବୁ କ୍ରିସ୍ଟ ବିସ୍ୱାସିମଃନ୍ ଗଟ୍ ଟାଣେ ରୁଣ୍ଡି ରିଲାୟ୍, 2 ଆର୍ ଗୁରାଗାଲିର୍ ସଃବଦ୍ ହର୍ ଗଟେକ୍ ସଃବଦ୍ ତଃତ୍କାଣ୍ ଅଃଗାସେ ହୁଣି ଆୟ୍ଲି ଆର୍ ଜୁୟି ଗଃରେ ସେମଃନ୍ ବଃସି ରିଲାୟ୍ ସେ ଗଃରାର୍ ଚାରିହାକ୍ ମାଡିଗଃଲି । 3 ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । 4 ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
5 ଅଃଡେବଃଳ୍ ଅଃଗାସ୍ ତଃଳେ ରିଲା ହୁର୍ତିବିର୍ ବିନ୍ବିନ୍ ଦେସେହୁଣି ଆସିରିଲା ଜିଉଦିମଃନ୍ ଜିରୁସାଲମେ ସେବାକାରି ସେତି ରିଲାୟ୍ ।