ଆନ୍ତିଅକିଆୟ୍ ପିତର୍କେ ପାଉଲାର୍ ଉଳ୍ତାର୍
11 ମଃତର୍ ଜଃଡେବଃଳ୍ ପିତର୍ ଆନ୍ତିଅକିଆକ୍ ଆସିରିଲା, ସଃଡେବଃଳ୍ ମୁୟ୍ଁ ତାକେ ବିରଦ୍ କଃରିରିଲେ । କାୟିତାକ୍ବଃଲେକ୍ ସେ ଦସି ରିଲା । 12 ତଃବେ ଜାକୁବକ୍ ତଃୟ୍ହୁଣି କଃତେକ୍ ଲକ୍ ଆସ୍ତା ହୁର୍ବେ ସେ ଅଜିଉଦି ବିସ୍ୱାସିମଃନାର୍ ସଃଙ୍ଗ୍ କାତିରିଲା, ମଃତର୍ ଜଃଡେବଃଳ୍ ସେମଃନ ଆୟ୍ଲାୟ୍ ସଃଡେବଃଳ୍ ସେ ଜିଉଦି ବିସ୍ୱାସି ମଃନ୍କାର୍ ଡିରାର୍ ଗିନେ ସେମଃନ୍କାର ସଃଙ୍ଗ୍ ଚାଡିକଃରି ଅଃହ୍ଣାକ୍ ଅଃଲ୍ଗା କଃଲା । 13 ଆର୍ ବାକି ଜିଉଦି ବିସ୍ୱାସିମଃନ୍ ହେଁ ପିତର୍ ସଃଙ୍ଗ୍ ସେନ୍କଃରି ହେଟ୍କୁଟିଆ ଚାଲ୍ଚାଲ୍ତି କଃଲାୟି, ଅଃନ୍କଃରି କି ବର୍ନବା ହେଁ ସେମଃନ୍କାର ହେଟ୍କୁଟିଆୟ୍ ହଃଳ୍ଲା । 14 ମଃତର୍ ଜଃଡେବଃଳ୍ ମୁୟ୍ଁ ଦଃକ୍ଲେ ଜେ, ସେମଃନ୍ ନିକ କବୁରାର୍ ସଃତ୍ ହଃର୍କାରେ ନିର୍ମାୟା ବାବେ ଜିବନ୍ ନଃକାଟୁଲାୟ୍, ସଃଡେବଃଳ୍ ମୁୟ୍ଁ ସଃବ୍କାର୍ ଚଃମେ ପିତର୍ କୟ୍ଲା, ତୁୟ୍ ଜିଉଦି ଅୟି ଜଦି ଜିଉଦି ମଃନ୍କାର୍ ହର୍ ଜିବନ୍ ନଃକାଟି ଅଜିଉଦିମଃନାର୍ ହର୍ ଜିବନ୍ କାଟ୍ସି, ତଃବେ ତୁୟ୍ କଃନ୍କଃରି ଅଜିଉଦିମଃନ୍କେ ଜିଉଦି ମଃନ୍କାର୍ ହର୍ ଜିବନ୍ କାଟୁକ୍ ବଃଳ୍ମାଡ୍ କଃରୁଲିସ୍ ?