17 ବିସ୍ୱାସାର୍ ଗିନେ ଅବ୍ରାହାମ୍କେ ପରିକ୍ୟା ବଃଳ୍ ଇସାକ୍କେ ଟେକି ଦେଉଁକେ ରାଜି ଅୟ୍ରିଲା, ଜୁୟି ଲକ୍ ସଃୟ୍ତ୍ ସଃବୁ ହାୟ୍ରିଲା, ଜାକେ କଃଉଆ ଜାୟ୍ରିଲି, 18 ଇସ୍ୱର୍ କୟ୍ରିଲା, ମୁୟ୍ଁ ତକେ ଜୁୟି ବଃଉଁସ୍ ଦଃୟ୍ନ୍ଦ୍ ବଃଲି ସଃୟ୍ତ୍ କଃରିରିଲେ, ସେରି ଇସାକ୍ ତଃୟ୍ହୁଣି ତର୍ ବଃଉଁସ୍ ଡାକେ ହୁଟେଦ୍ । 19 ବଃଲେକ୍ ଇସ୍ୱର୍ ଜେ ମଃଲା ଲକ୍ମଃନ୍କେ ହେଁ ଉଟାଉଁକ୍ ହାରେ, ଅବ୍ରାହାମ୍ ଇରି ସେ ମଃନେ ଜାଣିରିଲା, ଆର୍ ଅବ୍ରାହାମ୍ ଇସାକ୍କେ ମଃରି ଗଃଲାକେ ହେଁ ଆରେକ୍ ହାୟ୍ଲା ।