ଇସ୍ୱର୍କେ ସଃର୍ଦା କଃରାଉତାର୍
1 କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କଃର୍ତି ରିଆ । 2 ଆୟ୍ଲା ଗତ୍କେ ସେବା କଃର୍ତାର୍ ହାସ୍ରା ନାୟ୍, ସେତାର୍ ଗିନେ କୁୟି କୁୟି ଲଃକ୍ମଃନ୍ ଲୁକ୍ଣେ ଦୁତ୍ମଃନ୍କେ ଗଃରେ ସେବାକଃରି ଆଚ୍ତି । 3 ନିଜ୍କେ କୟ୍ଦିମଃନାର୍ ସଃଙ୍ଗୁଆଳି ହର୍ ବାବି, ଆରେକ୍ ନିଜେ ଗଃଗାଳ୍ ଦଃରି ଆଚାସ୍ ବଃଲି ଜାଣି ଦୁକ୍ ବୟଃଗ୍ କଃର୍ତା ଲକ୍ମଃନାର୍ ସଃଙ୍ଗ୍ ସଃମାନ୍ ଦୁକ୍ବଗ୍କଃରି ସେମଃନ୍କେ ଏତାଉଆ ।