6 ମଃତର୍ ଅଃବେ ଜିସୁକେ ଜୁୟି ଜାଜକ୍ କାମ୍ ଦିଆ ଜାୟ୍ଆଚେ ସେରି ଅଃମିମଃନାର୍ ଜାଜକ୍ କାମେହୁଣି ଅଃଦିକ୍ ନଃକେରି । ସେହର୍ ଇସ୍ୱର୍ ଆର୍ ମାନାୟ୍ ବିତ୍ରେ ସେ ଜୁୟି ନିଅମ୍ କଃରିଆଚେ ସେରି ଅଃଦିକ୍ ନିକ, କାୟିତାକ୍ବଃଲେକ୍ ନିଅମ୍ ଇସାବେ ବେସି ନିକ ବିସୟ୍ମଃନ୍ ଦେଉଁକେ ଜଃବାଉ କଃରାଜାୟ୍ ଆଚେ ।
7 ବଃଲେକ୍ ହଃର୍ତୁ ନିୟମେ ଜଦି ଦସ୍ ନଃରିଲେକ୍ ହଃଚାର୍ ନିୟମାର୍ କଃତା ଲଳା ନଃରିଲି । 8 ଜୁୟ୍ତାର୍ ଗିନେ ସେ ସେତିର୍ ଦଃସ୍ ଜାଣାୟି କଃରି ସେମଃନ୍କେ କଃଉଁଲା,
"ମାପୁର୍ କଃଉଁଲା, ଦଃକା, ବେଳା ଆସୁଲି,
ଜଃଡେବଃଳ୍ ଅଃମି ଇସ୍ରାଏଲ୍ ବଃଉଁସ୍ ଆର୍ ଜିଉଦା ବଃଉଁସ୍ ସଃଙ୍ଗ୍ ଗଟେକ୍ ନଃଉଆଁ ନିଅମ୍ ତିଆର୍ କଃରୁନ୍ଦ୍ ।
9 ଜୁୟି କାଳେ ଅଃମି ସେମଃନାର୍ ଦାଦିବାବୁମଃନ୍କେ ଆତ୍ ଦଃରି ମିସର୍ ଦେସେ ହୁଣି ବାର୍କଃରି ଆଣିରିଲୁ,
ସଃଡେବଃଳ୍ ସେମଃନାର୍ ସଃଙ୍ଗ୍ ଅଃମି ଜୁୟି ନିଅମ୍ କଃରିରିଲୁ, ଇରି ସେରଃକମେ ନାୟ୍;
ଜୁୟ୍ତାର୍ ଗିନେ ସେମଃନ୍ ଅଃମାର୍ ନିୟମେ ତିର୍ ଅୟ୍ନଃରିଲାୟ୍,
ଆର୍ ଅଃମି ସେମଃନାର୍ ହାକ୍ ମଃନ୍ ନଃଦିଲୁ, ଇରି ମାପୁର୍ କଃଉଁଲା ।
10 ମାପୁରାର୍ ଇରି କଃଉଁଲା, ତାର୍ ହଃଚେ ମୁୟ୍ଁ ଇସ୍ରାଏଲ୍ ବଃଉଁସ୍ ସଃଙ୍ଗ୍ ଜୁୟି ନିୟମ୍ ତିଆର୍ କଃରିନ୍ଦ୍,
ସେରି ଇରି, ମୁୟ୍ଁ ସେମଃନାର୍ ବାବ୍ନା ତଃୟ୍ ମସାର୍ ବିଦି ଦଃୟ୍ନ୍ଦ୍, ସେମଃନାର୍ ମଃନେ ସେରି ଲେକିନ୍ଦ୍ ।
11 ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ସେମଃନ୍ ମର୍ ଲକ୍ ଅଃଉତି; ଆରେକ୍,
ମାପୁର୍କେ ଜାଣା ବଃଲି କୟ୍ ସେମଃନ୍ ହଃତିଲକ୍ ନିଜାର୍ ନିଜାର୍ ସଃଙ୍ଗାର୍ ଗଃଳେ ବାସା କଃର୍ତା ଲକ୍କେ,
ଆର୍ ହଃତିଲକ୍ ନିଜାର୍ ନିଜାର୍ ବାୟ୍ବେଣିକେ ସିକ୍ୟା ନଃଦେତି,
ଜୁୟ୍ତାର୍ ଗିନେ ସାନ୍ ତଃୟ୍ହୁଣି ବଃଡ୍ ହଃତେକ୍ ସଃବୁଲକ୍ ଅଃମିକ୍ ଜାଣ୍ତି ।
12 ବଃଲେକ୍ ମୁୟ୍ଁ ସେମଃନାର୍ ଅଃଦଃର୍ମ୍ ସଃବୁ କେମା କଃରିନ୍ଦ୍, ଆରେକ୍ ସେମଃନାର୍ ହାହ୍ ସଃବୁ ଏତାଉଁ ନଃଚି ।"
13 ସେ ନଃଉଆଁ ନିୟମ୍ ବଃଲି କୟ୍ଲାର୍ ଗିନେ ହଃର୍ତୁର୍ ନିୟମ୍କେ ହଃର୍ନା କଃରିଆଚେ; ଆର୍ ଜାୟ୍ରି ହଃର୍ନା ସେରି ସଃରି ଜାୟ୍ଆଚେ, ସେରି ବୁଡ୍ତା ବେଳା ଚଃମେ ଅୟ୍ଲିନି ।