13 ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ । 14 ମୁୟ୍ ତୁମିମଃନ୍କେ ଜୁୟି ଆଡର୍ ଦେଉଁଲେ, ସେରି ଜଦି ମାନାସ୍, ତଃବେ ତୁମିମଃନ୍ ମର୍ ନିଜାର୍ ଲକ୍ । 15 ମୁୟ୍ ତୁମିମଃନ୍କେ ଆରେକ୍ ଗତିଦଃଙ୍ଗ୍ଳା ବଃଲି ନଃକୟ୍ଁ, ବଃଲେକ୍ ସାଉକାର୍ କାୟିରି କଃରୁଲା, ଦଃଙ୍ଗ୍ଳା ସେରି ନଃଜାଣେ, ମଃତର୍ ମୁୟ୍ ତୁମିକେ ନିଜାର୍ ସଃଙ୍ଗ୍ ବଃଲି କୟ୍ଆଚି, ବଃଲେକ୍ ମୁୟ୍ ମର୍ ଉବାର୍ ତଃୟ୍ହୁଣି ଜାୟ୍ ଜାୟ୍ରି ସୁଣିଆଚି, ସେରି ସଃବୁ ତୁମିମଃନ୍କେ ଜାଣାୟି ଦିଲେଆଚି ।