ବାପ୍ତିସମ୍ ଦେତା ଜହନ୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲା
5 ହେରଦ୍ ଜିଉଦା ଦେସାର୍ ରଃଜା ରିଲା ବଃଳ୍ ଅବିୟ ଜାଜକ୍ ଦଃଳାର୍ ଜିକରିଅ ନାଉଁଆର୍ ଗଟେକ୍ ଜାଜକ୍ ରିଲା; ତାର୍ ଡକୁର୍ସିର୍ ନାଉ ଏଲିସାବେତ୍, ସେ ହାରଣ୍ ଜାଜକ୍ ବଃଉଁସାର୍ ରିଲି । 6 ସେମଃନ୍ ଦୁୟ୍ ଲକ୍ ହେଁ ଇସ୍ୱରାର୍ ସଃବୁ ନିୟମ୍ ଆର୍ ବିଦି ମାନ୍ତି ରିଲାୟ୍ ଆର୍ ମାପୁରାର୍ ଆକାୟ୍ ଦଃର୍ମି ଲକ୍ ଅୟ୍ରିଲାୟ୍ ।