59 ଜଃଡେବଃଳ୍ ହିଲା ଜଃଲମ୍ ଅୟ୍କଃରି ଆଟ୍ଦିନ୍ ଅୟ୍ଲି, ତାକାର୍ ରିତିବିଦି ହଃର୍କାରେ ସେ ହିଲାକ୍ ସୁନତ୍୧:୫୯ ସୁନ୍ନତ ବଃଲେକ୍ - ଚୁଟିଆ ଟିହାର୍ ଚାମ୍ କାଟ୍ତାର୍ କଃରୁକେ ନିଲାୟ୍, ଆର୍ ତାର୍ ଉବାସିର୍ ନାଉ ହଃର୍କାରେ ତାର୍ ନାଉ ଜିକରିଅ ବଃଲି ସଃଙ୍ଗାଉଁକ୍ ମଃନ୍ କଃଲାୟି । 60 ମଃତର୍ ତାର୍ ଆୟ୍ସି ଉତୁର୍ ଦିଲି, "ନାୟ୍, ତାର୍ ନାଉ ଜହନ୍ ଅୟ୍ଦ୍ ।"
61 ସେମଃନ୍ ତାକ୍ କୟ୍ଲାୟ୍, "ତୁମାର୍ ନିଜାର୍ ବଃଉଁସାର୍ ଲକ୍ମଃନାର୍ ବିତ୍ରେ ଇବାନ୍ୟା ନାଉ ତ କାର୍ ହେଁ ନାୟ୍ ।" 62 ତାର୍ହଃଚେ କାୟି ନାଉ ଦିଆଅୟ୍ଦ୍ ବଃଲି ତାର୍ ଉବାସି ମଃନ୍କଃରୁଲା, ସେରି ସେମଃନ୍ ତାର୍ ଉବାସିକ୍ ଆତ୍ସଃଗ୍ୟା କଃରି ହଃଚାରୁକ୍ ଦଃର୍ଲାୟ୍ ।
63 ସେତାର୍ ଗିନେ ଜିକରିଅ ଗଟେକ୍ ଲେକଃତା ହାଟା ମାଗ୍ଲା, ଆର୍ "ତାର୍ ନାଉ ଜହନ୍," ବଃଲି ଲେକ୍ଲା । ଇତାର୍ ଗିନେ ସଃବୁଲକ୍ କାବା ଅୟ୍ଲାୟ୍ ।