ଜିସୁ ତିନି କଳି ଦଃସ୍ ଲକ୍କେ ହଃଟାୟ୍ଲା
1 ଆର୍ ହଃଚେ ମାପୁର୍ ଆର୍ ତିନି କଳି ଦଃସ୍ ଲକ୍କେ୧୦:୧ କଃତେକ୍ ଆଗ୍ତୁର୍ ଆତ୍ ଲେକାୟ୍ ତିନିକଳି ବାର ଲକ୍ ବଃଲି ଲେକା ଆଚେ । ବାଚ୍ଲା ଆର୍ ଜୁୟି ଗଃଳେ ଆର୍ ଟାଣେ ସେ ଜଃଉଁକେ ମଃନ୍ କଃରି ରିଲା ସେ ଟାଣ୍ ମଃନ୍କେ ଦୁୟ୍ ଦୁୟ୍ ଲକ୍ କଃରି ସେମଃନ୍କେ ତାର୍ ଆଗ୍ତୁ ହଃଟାୟ୍ଲା ।