15 ଆରେକ୍ ସେ ସେମଃନ୍କେ କୟ୍ଲା, "ଜଃଗ୍ରାତ୍ ସଃବୁ ରଃକମ୍ ଲଃବ୍ ତଃୟ୍ହୁଣି ଦୁରିକ୍ ରିଆ, କାୟିତାକ୍ବଃଲେକ୍ ଗଟ୍ ଲକାର୍ ଜିବନ୍ ତାର୍ ଦଃନ୍ ବିତ୍ ଉହ୍ରେ ବଃର୍ସା ନଃକେରେ ।"
16 ଆର୍ ଜିସୁ ସେମଃନ୍କେ ଇ କଃତା କୟ୍ଲା, "ଗଟେକ୍ ମାଜନ୍ ଲକାର୍ ହଃଦାୟି ବୁତେକ୍ ତାସ୍ ଅୟ୍ଲି, 17 ସେତାକ୍ ସେ ମଃନେ ମଃନେ ଚିତା କଃରି କୟ୍ଲା, ‘କାୟି କଃରିନ୍ଦ୍ ? କାୟିତାକ୍ବଃଲେକ୍ ତାସ୍ ରୁଣ୍ଡାୟ୍ କଃରି ସଃଙ୍ଗାଉଁକେ ଟାଣ୍ ନାୟ୍ ।’ 18 ଆରେକ୍ ସେ କୟ୍ଲା, ‘ଇରି କଃରିନ୍ଦ୍, ମର୍ ଗଃଦ୍ୟା ସଃବୁ ବଃସ୍ଳାୟ୍ନ୍ଦ୍ ଆର୍ ବଃଡ୍ ବଃଡ୍ କଃରି ବାନ୍ଦିନ୍ଦ୍ ଆର୍ ସେତି ମର୍ ଗଅଁ ସଃବୁ ସଃଙ୍ଗାୟ୍ନ୍ଦ୍ । 19 ଆର୍ ମୁୟ୍ଁ ମର୍ ହଃରାଣ୍କେ କୟ୍ଦ୍, ରେ ହଃରାଣ୍, ବୁତେକ୍ ବଃର୍ସାର୍ ହାଁୟ୍ ତର୍ ଜଃବର୍ କାଦିକଣ୍ଡା ଆଚେ, ବିସାଉ, କାଆ, ଆର୍ ସଃର୍ଦାକଃର୍ ।’ 20 ମଃତର୍ ଇସ୍ୱର୍ ତାକ୍ କୟ୍ଲା, ‘ରେ ନିର୍ବୁଦିଆ ଆଜି ରାତି ତର୍ ହଃରାଣ୍ ତର୍ ତଃୟ୍ହୁଣି ନିଆ ଅୟ୍ଦ୍, ସେତାକ୍ ଜାୟ୍ ଜାୟ୍ରି ରୁଣ୍ଡାୟ୍ ଆଚ୍ସି, ସେରି ସଃବୁ କାର୍ ଅୟ୍ଦ୍ ?’"
21 "ଜେ ଅଃହ୍ଣାର୍ ଗିନେ ଦଃନ୍ ଅଃର୍ଜେଦ୍, ମଃତର୍ ଇସ୍ୱରାର୍ ଆକାୟ୍ ସେ ମାଜନ୍ ନାୟ୍, ତାକେ ଅଃନ୍କାର୍ ଅୟ୍ଦ୍ ।"