ମନ୍ଦିର୍ ଗଃରେ ଜିସୁ ହିଲା
41 ହଃତିବଃର୍ସ୍ ମୁକ୍ଳାଉଁଣି ହଃର୍ବ୍ ମାନୁକ୍ ଜିସୁର୍ ଆୟ୍ସି ଉବାସି ଜିରୁସାଲମେ ଜାତିରିଲାୟ୍ । 42 ଜଃଡେବଃଳ୍ ଜିସୁକେ ବାର ବଃର୍ସ୍ ଅୟ୍ଲି, ରିତିବିଦି ହଃର୍କାରେ ସେମଃନ୍ ହଃର୍ବ୍ ମାନୁକ୍ ଜିରୁସାଲମେ ଗଃଳାୟ୍ । 43 ତାକାର୍ ହଃର୍ବ୍ ମାନ୍ତା ଦିନ୍ ସଃର୍ଲାକ୍, ଜଃଡେବଃଳ୍ ସେମଃନ୍ ବାଉଳି ଆସ୍ତି ରିଲାୟ୍, ସଃଡେବଃଳ୍ ଜିସୁ ହିଲା ଜିରୁସାଲମେ ତେବ୍ଲା, ଇ କଃତା ତାର୍ ଆୟ୍ସି ଉବାସି ଜାଣି ନଃରିଲାୟ୍ । 44 ମଃତର୍ ଜିସୁ ସେମଃନାର୍ ସଃଙ୍ଗାର୍ ଲକ୍ମଃନାର୍ ସଃଙ୍ଗ୍ ଆଚେ ବଃଲି ମଃନେ ବାବି, ସେମଃନ୍ ଗଟେକ୍ ଦିନାର୍ ବାଟ ଗଃଲା ହଃଚେ, ସେମଃନ୍ ତାକାର୍ ନିଜାର୍ ଲକ୍ମଃନାର୍ ବିତ୍ରେ ଜିସୁକେ ଲଳୁକ୍ ଦଃର୍ଲାୟ୍, 45 ଆରେକ୍ ଜିସୁକେ ନଃମିଳାୟ୍, ଲଳି ଲଳି ଜିରୁସାଲମେ ଲେଉଟି ଗଃଳାୟ୍ । 46 ତିନି ଦିନାର୍ ହଃଚେ ସେମଃନ୍ ଜିସୁକେ ମନ୍ଦିରେ ବେଟ୍ ହାୟ୍ଲାୟ୍, ସେ ହଃଣ୍ଡିତ୍ ମଃନାର୍ ସଃଙ୍ଗ୍ ବଃସି କଃରି ସେମଃନାର୍ କଃତା ସୁଣ୍ତି ରିଲା ଆର୍ ସେମଃନ୍କେ କଃତେକ୍ କଃତା ହଃଚାର୍ତି ରିଲା, 47 ଆର୍ ଜଃତେକ୍ ଲକ୍ ତାର୍ କଃତା ସୁଣ୍ତି ରିଲାୟ୍, ସେ ସଃବୁ ଲକ୍ମଃନ୍ ତାର୍ ବୁଦିକ୍ ଆର୍ ସେ ଦେତିରିଲା ଉତୁର୍କେ ସୁଣି କାବା ଅୟି ଜାତିରିଲାୟ୍ । 48 ଜଃଡେବଃଳ୍ ଜିସୁର୍ ଆୟ୍ସି ଉବାସି ତାକ୍ ଦଃକ୍ଲାୟ୍, ସେମଃନ୍ କାବା ଅୟ୍ଲାୟ୍, ଆର୍ ତାର୍ ଆୟ୍ସି ତାକ୍ କୟ୍ଲି, "ଏ ହିଲା, କାୟିତାକ୍ ତୁୟ୍ ଅଃମାର୍ ସଃଙ୍ଗ୍ ଇବାନ୍ୟା କଃଲିସ୍ ? ଦଃକ୍, ତର୍ ଉବାଦି ଆର୍ ମୁଁୟ୍ କଃତେକ୍ କାକୁଲ୍ତି ଅୟି ତକେ ଲଳୁଲୁ ।"
49 ଜିସୁ ସେମଃନ୍କେ କୟ୍ଲା, "କାୟିତାକ୍ ତୁମିମଃନ୍ ମକ୍ ଲଳ୍ତି ରିଲାସ୍ ? ମର୍ ଉବାର୍ ଗଃରେ ରେତାର୍ ମର୍ ବିଦି, ଇ କଃତା କାୟି ତୁମି ଜାଣି ନଃରିଲାସ୍ ?" 50 ମଃତର୍ ସେ ସେମଃନ୍କେ ଜୁୟି କଃତା କୟ୍ଲା, ସେରି ସେମଃନ୍ ବୁଜୁ ନଃହାୟ୍ଲାୟ୍ ।
51 ହଃଚେ ଜିସୁ ସେମଃନାର୍ ସଃଙ୍ଗ୍ ମିସି ନାଜରିତ୍ ବାଉଳି ଆୟ୍ଲା ଆର୍ ସେମଃନାର୍ କଃତା ମାନିକଃରି ରିଲା, ଆରେକ୍, ତାର୍ ଆୟ୍ସି ଇ ସଃବୁ କଃତା ଗଟେକ୍ ଗଟେକ୍ କଃରି ତାର୍ ମଃନ୍ବିତ୍ରେ ଦଃର୍ଲି । 52 ଆର୍ ଜିସୁ ଗ୍ୟାନେ ଆର୍ ଗଃଗାଳେ, ଆରେକ୍ ଇସ୍ୱରାର୍ ଆର୍ ନଃର୍ମଃନାର୍ ଦଃୟାୟ୍ ବାଡୁକେ ଦଃର୍ଲା ।