ସଃତ୍ରୁମଃନ୍ ଜିସୁକେ ବାନ୍ଦ୍ଲାୟ୍
47 ଜିସୁ କଃତା କଃଉତାବଃଳ୍, ଦଃକା ଲକ୍ମଃନ୍ ଆୟ୍ଲାୟ୍, ଆର୍ ବାରଗଟ୍ ଚେଲା ବିତ୍ରେ ଜିଉଦା ନାଉଁଆର୍ ଏକ୍ଲା ସେମଃନାର୍ ଆଗେ ଆଗେ ଆସି ଜିସୁକେ ଚୁମୁକେ ତାର୍ ଚଃମେ ଗଃଲା । 48 ମଃତର୍ ଜିସୁ ତାକ୍ କୟ୍ଲା, "ଏ ଜିଉଦା, ଚୁମି କଃରି ନଃରାର୍ ହୟ୍ସିକେ କାୟି ସଃତ୍ରୁ ଆତେ ସଃର୍ହି ଦେଉଁଲିସ୍ ?"