ପିତର୍ ଜିସୁକେ ନଃଜାଣି ବଃଲି କୟ୍ଲା
54 ହଃଚେ ସେମଃନ୍ ଜିସୁକେ ଦଃରିନଃୟ୍ ମୁଳ୍ ଜାଜକାର୍ ଗଃରେ ଆଣ୍ଲାୟି; ମଃତର୍ ପିତର୍ ଦୁରିକେ ରଃୟ୍ କଃରି ହଃଚେ ହଃଚେ ଗଃଲା । 55 ଆର୍ ସେମଃନ୍ କୁଆଳେ ଜୟ୍ ଲାଗାୟ୍ ଗଟେଟାଣେ ବଃସ୍ଲାକେ, ପିତର୍ ସେମଃନାର୍ ବିତ୍ରେ ବଃସିରିଲା । 56 ଗଟ୍ ଗତିଦଃଙ୍ଗ୍ଳି ତାକେ ଜୟ୍ ଲଃଗେ ବଃସିରିଲାର୍ ଦଃକି ତାକ୍ ସଃଳ୍କେ ମୁଏଁ ଦଃକି କୟ୍ଲି, "ଇ ଲକ୍ ହେଁ ତାର୍ ସଃଙ୍ଗ୍ ରିଲା ।"
57 ମଃତର୍ ପିତର୍ ନାୟ୍ ବଃଲି କୟ୍ଲା, "ଏ ଆୟା, ମୁୟ୍ଁ ତାକ୍ ନଃଜାଣି ।"
58 ଚଃନେକ୍ ଗଃଲାହଃଚେ ଆରେକ୍ ଗଟ୍ଲକ୍ ତାକ୍ ଦଃକି କୟ୍ଲା, "ତୁୟ୍ ହେଁ ସେମଃନାର୍ ବିତ୍ରେ ଏକ୍ଲା ।"
ମଃତର୍ ପିତର୍ କୟ୍ଲା, "ନାୟ୍ ବାୟ୍, ମୁଁୟ୍ ନୟ୍ ।"
59 ଗଟ୍ ଗଃଟା ହଃଚେ ଆରେଗଟ୍ ମାନାୟ୍ ନିଜ୍କଃରି କାଉଁକେ ଦଃର୍ଲା, "ଇମାନାୟ୍ ହେଁ ସଃତ୍କଃରି ତାର୍ ସଃଙ୍ଗ୍ ରିଲା, କାୟିତାକ୍ବଃଲେକ୍ ସେତ ଗାଲିଲିର୍ ଲକ୍ ।"
60 ମଃତର୍ ପିତର୍ କୟ୍ଲା, "ବାୟ୍ ଜୁୟ୍ରି କଃଉଁଲିସ୍, ମକ୍ ସେରି ଜାଣାନାୟ୍ !" ତଃତ୍କାଣ୍ ସେ ଇ କଃତା କଃଉଁକଃଉଁ କୁକ୍ଳା ବାସ୍ଲି । 61 ଆର୍, ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ପିତର୍କେ ସଃଳ୍କେ ଦଃକ୍ଲା; ଇତାର୍ହଃଚ, "ଆଜି କୁକ୍ଳା ବାସ୍ତା ଆଗ୍ତୁ ତୁୟ୍ ମକେ ତିନିତର୍ ନଃଜାଣିବଃଲି କଃଉସି," ଇ ଜୁୟି କଃତା ମାପୁର୍ ପିତର୍କେ କୟ୍ରିଲା, 62 ସେରି ତାର୍ ମଃନେ ହଃଳ୍ଲି, ଆର୍ ସେ ହଃଦାୟି ବାରାୟ୍ ଜଃବର୍ ରଦନ୍ କଃଲା ।