ଜଳେକ୍ ଚେଲା ଇମାୟୁ ଗାଉଁଏ ଜାତିରିଲାୟ୍
13 ଆର୍, ଦଃକା ସେଦିନ୍ ସେମଃନାର୍ ବିତ୍ରେ ଦୁୟ୍ଲକ୍ ଜିରୁସାଲମେ ହୁଣି ହଃକାହାକି ଚାରି କସ୍ ଦୁରି ଇମାୟୁ ନାଉଁଆର୍ ଗାଉଁଏ ଜାତିରିଲାୟ୍ । 14 ଇ ସଃବୁ ଗଃଟ୍ଣାର୍ କଃତା ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉତି ରିଲାୟ୍ । 15 ସେମଃନ୍ କଃଉଆକଇ ଆର୍ କଃତା ଦଃରାଦଃରି ଅଃଉତାବଃଳ୍ ଜିସୁ ସେମଃନାର୍ ଲଃଗେ ହଚି ସେମଃନାର୍ ସଃଙ୍ଗ୍ ସଃଙ୍ଗ୍ ଜଃଉଁକେ ଦଃର୍ଲା । 16 ମଃତର୍ ସେମଃନାର୍ ଆକି ଅଃନ୍କାର୍ ମୁଦି ଅୟ୍ରିଲି ଜେ, ସେମଃନ୍ ଜିସୁକେ ଚିନୁ ନାହାର୍ଲାୟ୍ । 17 ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ଇଣ୍ଡି ଇଣ୍ଡି ଜୁୟି ସଃବୁ କଃତା ତୁମାର୍ ବିତ୍ରେ କଃଉଆକଇ ଅଃଉଁଲାସ୍ ସେରି ସଃବୁ କାୟିରି ?"
ସେତାକ୍ ସେମଃନ୍ ଦୁକାର୍ ଗିନେ ମୁଁ ସୁକାୟ୍ ଟିଆଅୟ୍ରିଲାୟ୍, 18 ଆର୍, ସେମଃନାର୍ ବିତ୍ରେ କ୍ଲେୟପା ନାଉଁରା ଏକ୍ଲା ତାକେ ଉତୁର୍ ଦିଲା, "ଜିରୁସାଲମେ ରେତା ଲକ୍ମଃନାର୍ ବିତ୍ରେ ତୁୟ୍ କାୟି ଏକ୍ଲା, ସେ ଟାଣାର୍ ଇ କଃତି ଦିନାର୍ ଗଃଟ୍ଣା ନଃଜାଣ୍ସି ?"
19 ଜିସୁ ସେମଃନ୍କେ ହଃଚାର୍ଲା, "କାୟି କାୟି ଗଃଟ୍ଣା ?"
ସେମଃନ୍ ତାକେ କୟ୍ଲାୟ୍, "ନାଜରିତ୍ ଜିସୁର୍ କଃତା; ସେ ଇସ୍ୱର୍ ଆର୍ ସଃବୁଲକାର୍ ଆକାୟ୍, କାମେ ଆର୍ କଃତାୟ୍ ହେଁ ସେ ଗଟ୍ ବପୁକାରି ବାବ୍ବାଦି ରିଲା । 20 ଆର୍, ଅଃମାର୍ ବଃଡ୍ ଜାଜକ୍ ଆର୍ ମୁଳିକାମଃନ୍ କଃନ୍କଃରି ମଃର୍ନ୍ ବିଚାର୍ ଡଃଣ୍ଡ୍ ହାଉଁକ୍ ସଃହ୍ରିକଃରି ତାକ୍ କ୍ରୁସ୍ ଉହ୍ରେ ମଃର୍ନେ ମାର୍ଲାୟ୍ ସେ ସଃବୁ କଃତା । 21 ମଃତର୍ ଜେ ଇସ୍ରାଏଲ୍କେ ରଃକ୍ୟା କଃରେଦ୍, ସେ ଜେ ଇମାନାୟ୍ ସେରି ଅଃମିମଃନ୍ ଆସା କଃରି ରିଲୁ; ମଃତର୍ ସେରି ଚାଡି ଇରିମଃନ୍ ଗଃଟି ତିନି ଦିନ୍ ଅୟ୍ଲିନି । 22 ଆରେକ୍ କଃତିଗଟ୍ ଟକିହିଲାମଃନ୍ ଅଃମିକ୍ କାବା କଃରିଆଚ୍ତି; ସେମଃନ୍ ଉଟ୍ଲାସଃକାଳ୍ ମଃସୁଣ୍ ହଃଦାୟି ଜାୟ୍ ରିଲାୟ୍, 23 ଆର୍ ସେମଃନ୍ ଜିସୁର୍ ଗଃଗାଳ୍ ନଃହାୟ୍ ଆସି କୟ୍ଲାୟ୍, ସେମଃନ୍ ଦୁତ୍ମଃନ୍କେ ଦଃକ୍ଲାୟ୍, ଆର୍ ସେମଃନ୍ କୟ୍ଲାୟ୍ ସେ ଜିବନ୍ ହାୟ୍ଆଚେ । 24 ଆର୍ କଃତିଗଟ୍ ଅଃମାର୍ ସଃଙ୍ଗୁଆଳିମଃନ୍ ମଃସୁଣ୍ ବିତ୍ରେ ଜାୟ୍ ମାୟ୍ଜି ଟକିମଃନ୍ ଜଃନ୍କଃରି କୟ୍ରିଲାୟ୍, ସେବାନ୍ୟା ଦଃକ୍ଲାୟ୍, ମଃତର୍ ତାକ୍ ନଃଦେକ୍ଲାୟ୍ ।"
25 ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ଏ ନିର୍ବୁଦିଆମଃନ୍ ଆର୍ ବାବ୍ବାଦିମଃନ୍ କୟ୍ଲା କଃତାୟ୍ ବିସ୍ୱାସ୍ ନଃକେର୍ତା ସିତୁଳ୍ ମଃନ୍ ଲକ୍ମଃନ୍ । 26 ଇ ସଃବୁ ଦୁକ୍କଃସ୍ଟ ହାୟ୍ଁ ନିଜାର୍ ଜଃଜ୍ମାନ୍ ସଃଙ୍ଗ୍ ଜାତାର୍ କାୟି କ୍ରିସ୍ଟର୍ ଦଃର୍କାର୍ ନଃରିଲି ?" 27 ସେତି ସେ ମସା ଆର୍ ସଃର୍ନେ ବାବ୍ବାଦିମଃନାର୍ ତଃୟ୍ହୁଣି ଆରୁମ୍ କଃରି ସଃବୁ ଦଃର୍ମ୍ ସାସ୍ତର୍ ତଃୟ୍ର୍ ଅଃହ୍ଣାର୍ ସଃବୁ କଃତାର୍ ବାବ୍ ସେ ସେମଃନ୍କେ ବୁଜାୟ୍ ଦିଲା ।
28 ଆର୍ ସେମଃନ୍ ଜୁୟି ଗାଉଁଏ ଜାତିରିଲାୟ୍, ସେ ଗାଉଁ ଲଃଗାଲଃଗି ଅୟ୍ଲାକ୍, ଜିସୁ ଆରେକ୍ ଆଗ୍ହାକ୍ ଗଃଲାହର୍ ଅୟ୍ଲା, 29 ମଃତର୍ ସେମଃନ୍ ତାକ୍ ତେବାୟ୍ କୟ୍ଲାୟ୍, "ଅଃମାର୍ ସଃଙ୍ଗେ ରେବେ, କାୟିତାକ୍ବଃଲେକ୍ ସଃଞ୍ଜ୍ ଅୟି ଆସୁଲି ଆର୍ ବେଳ୍ ବୁଡ୍ଲିନି ।" ସେତାକ୍ ଜିସୁ ସେମଃନାର୍ ସଃଙ୍ଗ୍ ରେଉଁକେ ଗଃର୍ବିତ୍ରେ ହୁର୍ଲା । 30 ଆର୍, ଜିସୁ ସେମଃନାର୍ ସଃଙ୍ଗ୍ କାଉଁକେ ବଃସ୍ଲାବଃଳ୍ ସେ ରୁଟି ଦଃରି ଆସିର୍ବାଦ୍ କଃଲା ଆର୍ ସେରି ବାଙ୍ଗାୟ୍ ସେମଃନ୍କେ ଦିଲା । 31 ସେତାକ୍ ସେମଃନାର୍ ଆକି ଉଗାଳି ଅୟ୍ଲି ଆର୍ ସେମଃନ୍ ତାକ୍ ଚିନ୍ଲାୟ୍ । ଆର୍ ତାର୍ହଃଚେ ସେମଃନାର୍ ତଃୟ୍ହୁଣି ତାକାର୍ ଆକାୟ୍ ମଃୟାଁ ଅୟ୍ଲା । 32 ସେତାକ୍ ସେମଃନ୍ ତାକାର୍ ତାକାର୍ ବିତ୍ରେ କୟ୍ଲାୟ୍, "ଜଃଡେବଃଳ୍ ବାଟେ ଅଃମାର୍ ସଃଙ୍ଗ୍ କଃତାବାର୍ତା ଅଃଉତି ରିଲା ଅଃମିମଃନ୍କେ ଦଃର୍ମ୍ ସାସ୍ତର୍ ବୁଜାଉତି ରିଲା, ସଃଡେବଃଳ୍ କାୟି ଅଃମାର୍ ମଃନ୍ ବିତ୍ରେ ଉକୁଳ୍ତି ନଃରିଲି ?"
33 ଆର୍ ତଃତ୍କାଣ୍ ସେମଃନ୍ ଉଟି ଜିରୁସାଲମେ ବାଉଳି ଜାୟ୍ ରୁଣ୍ଡିରିଲା ଏଗାର୍ଗଟ୍ ଚେଲାମଃନ୍କେ ଆର୍ ସେମଃନାର୍ ସଃଙ୍ଗୁଆଳିମଃନ୍କେ ଦଃକ୍ଲାୟ୍ । 34 ସେମଃନ୍ କଃଉତି ରିଲାୟ୍, "ମାପୁର୍ ବାୟ୍ଦ୍ରେ ଉଟିଆଚେ ଆର୍ ସିମନ୍କେ ଦଃକାୟ୍ ଅୟିଆଚେ ।"
35 ଆରେକ୍, ସେମଃନ୍ ଜାତା ବାଟେ ସଃବୁ ଗଃଟି ରିଲାର୍ ଆର୍ ରୁଟି ବାଙ୍ଗାୟ୍ ଦିଲାର୍ କଃନ୍କଃରି ସେ ମଃନ୍କେ ଚିନାୟ୍ ଅୟ୍ଲା, ସେରିମଃନ୍ ହେଁ କଃଉଁକେ ଦଃର୍ଲାୟ୍ ।