31 ଜିସୁ ଆରେକ୍ କୟ୍ଲା, "ତଃବେ ମୁଁୟ୍ କାର୍ ସଃଙ୍ଗ୍ ଅଃବାର୍ ଜୁଗାର୍ ଲକ୍ମଃନ୍କେ ତୁଳ୍ନା କଃରିନ୍ଦ୍, ଆରେକ୍ ସେମଃନ୍ କାର୍ ହର୍ । 32 ଜୁୟି ହିଲାମଃନ୍ ଆଟ୍ ବଃଜାରେ ବଃସି ତାକାର୍ ତାକାର୍ ବିତ୍ରେ କୁଦି କଃଉତି, ଅଃମିମଃନ୍ ତୁମାର୍ ଚଃମେ ସୁର୍ଲି ହୁକ୍ଲୁ, ତୁମିମଃନ୍ ନଃନାଚ୍ଲାସ୍, ଅଃମିମଃନ୍ ଦୁକେ ଦୁକ୍ ଗିତ୍ କୟ୍ଲୁ, ତୁମିମଃନ୍ ନଃକାନ୍ଦ୍ଲାସ୍, ସେମଃନ୍, ସେ ହିଲାମଃନାର୍ ହର୍ । 33 କାୟିତାକ୍ବଃଲେକ୍ ବାପ୍ତିସମ୍ ଦେଉ ଜହନ୍ ଆୟ୍ଲା ଆର୍ ରୁଟି ନଃକାଇଲା କି ଅଙ୍ଗୁର୍ ରଃସ୍ ହେଁ ନଃକାୟ୍ଲା ଆର୍ ତୁମିମଃନ୍ କୟ୍ଲାସ୍ ସେ ବୁତ୍ ଦଃରାୟ୍ ଅୟିଆଚେ । 34 ନଃରାର୍ ହୟିସି ଆୟ୍ଲା ଆର୍ କାଉଆ ହିଉଆ କଃରୁଲା ଆର୍ ତୁମିମଃନ୍ କଃଉଁଲାସ୍ ଦଃକା, ଇମାନାୟ୍ କାଉରାହେଟା ଆର୍ ମଃଦୁଆ, ରିବ୍ନି ଆର୍ ହାହିମଃନାର୍ ସଃଙ୍ଗୁଆଳି । 35 ମଃତର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ଗ୍ୟାନ୍ ସିକ୍ତି ସେମଃନାର୍ ଜିବନେ ତାର୍ ସଃତ୍ ହଃର୍ମାଣ ମିଳେଦ୍ ।"
ପାରୁସି ସିମନ୍ ଗଃରେ ଜିସୁ
36 ଆର୍ ପାରୁସିମଃନାର୍ ବିତ୍ରେ ଗଟେକ୍ ଲକ୍ ଜିସୁକେ ତାର୍ ସଃଙ୍ଗ୍ ବଃସି କାଉଁକେ ଗଃଉଆରି କଃଲା, ସେତାକ୍ ଜିସୁ ପାରୁସି ଗଃରେ ଜାୟ୍ ତାର୍ ସଃଙ୍ଗ୍ କାଉଁକେ ବଃସ୍ଲା । 37 ୭:୩୭ ମାତି ୨୬:୭; ମାର୍କ ୧୪:୩; ଜହ ୧୨:୩.ଆର୍ ଦଃକା, ସେ ଗଃଳେ ଗଟେକ୍ ହାହି ମାଇଜିଟକି ରିଲି, ଜିସୁ ସେ ପାରୁସିର୍ ଗଃରେ କାଉଁକେ ବଃସି ରିଲା, ଇରି ଜାଣିକଃରି ସେ ଗଟେକ୍ କଣ୍ଡାୟ୍ ବାସ୍ନା ଚିକଣ୍ ଦଃରି ଆୟ୍ଲି ।