ଜିସୁ ବାଉହାଣି ତିର୍ କଃଲା
22 ସଃଡେବଃଳ୍ ଗଟ୍ଦିନ୍ ଜିସୁ ଆର୍ ତାର୍ ଚେଲାମଃନ୍ ଗଟେକ୍ ଡଙ୍ଗାୟ୍ ଚଃଗ୍ଲାୟ୍ ଆର୍ ଜିସୁ ସେମଃନ୍କେ କୟ୍ଲା, "ଆସା ସଃମ୍ନ୍ଦାର୍ ସେହାଟି ଜୁଆଁ," ସେତାକ୍ ସେମଃନ୍ ଡଙ୍ଗା ମେଲ୍ଲାୟ୍ । 23 ମଃତର୍ ସେମଃନ୍ ଡଙ୍ଗା ଗାଟି ଜାତା ବଃଳ୍ ଜିସୁ ସୟ୍ ରିଲା, ସଃଡେବଃଳ୍ ସଃମନ୍ଦେ ବାଉହାଣି ଆୟ୍ଲି ଆର୍ ସେମଃନାର୍ ଡଙ୍ଗାୟ୍ ହାଣି ହୁରୁକ୍ ଦଃର୍ଲି ଆର୍ ସେମଃନ୍ ବଃଡେ ଜଃଞ୍ଜାଳେ ହଃଳ୍ଲାୟ୍ । 24 ସେତାକ୍ ଚେଲାମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକେ ଉଟାୟ୍ କୟ୍ଲାୟ୍, "ଏ ଗୁରୁ, ଏ ଗୁରୁ, ଅଃମିମଃନ୍ ମଃଲୁ," ଇତାକ୍ ସେ ଉଟି ବାଉ ଆର୍ ଉଲାଳ୍କେ ଦଃମ୍କାୟ୍ଲା, ଆର୍ ସେ ସଃବୁ ତୁନ୍ହାଳ୍ଲି ଆର୍ ତିର୍ ଅୟ୍ଲି । 25 ଆରେକ୍ ସେ ସେମଃନ୍କେ କୟ୍ଲା, "ତୁମିମଃନାର୍ ବିସ୍ୱାସ୍ କଃୟ୍ ?" ମଃତର୍ ସେମଃନ୍ ଡିରି ଜାୟ୍ କାବା ଅୟି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, "ତଃବେ ଏ କେଏ ଜେ ସେ ବାଉହାଣିକେ ହେଁ ଆଦେସ୍ ଦିଲେକ୍ ସେମଃନ୍ ତାର୍ ବଲ୍ ମାନୁଲାୟ୍ ।"
ଜିସୁ ଗଟେକ୍ ବୁତ୍ ଡଃସିରିଲା ଲକ୍କେ ଉଜ୍ କଃଲା
26 ତାର୍ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଗାଲିଲି ମୁଁଆଟିର୍ ଗରାସିୟମଃନାର୍ ହଲି ତଃୟ୍ ହଚ୍ଲାୟ୍,