27 ଜିସୁ ଡଙ୍ଗାୟ୍ ହୁଣି ବାରାୟ୍ କଃଣ୍ଡାୟ୍ ଉତୁର୍ଲାକ୍, ସେ ଗଃଳାର୍ ଗଟେକ୍ ବୁତ୍ ଡଃସିରିଲା ଲକ୍ ତାକ୍ ବେଟ୍ ଅୟ୍ଲା, ସେ କଃତେକ୍ କାଳ୍ ହଃତେକ୍ ହଃଚ୍ୟା ନଃହିନ୍ଦି ଗଃରେ ନଃରେୟ୍ ମଃସ୍ଣେ ରେତିରିଲା । 28 ସେ ଜିସୁକେ ଦଃକି କିର୍କିରି କଃରି ତାର୍ ଗଡ୍ ତଃଳେ ଡୁଳି ବଃଡ୍ ଟଣ୍ଡ୍ କଃରି କୟ୍ଲା, "ଏ ସଃବ୍କେ ଉହ୍ରାର୍ ଇସ୍ୱରାର୍ ହୟିସି ଜିସୁ, ତର୍ ସଃଙ୍ଗ୍ ମର୍ କାୟିରି ଆଚେ ? ମୁଁୟ୍ ତକେ ଗଃଉଆରି କଃରୁଲେ ମକେ ଡଃଣ୍ଡ୍ ଦେନାୟ୍," 29 କାୟିତାକ୍ବଃଲେକ୍ ଜିସୁ ବିଟାଳ୍ ବୁତ୍ ଆତ୍ମାକେ ସେମାନାୟ୍ ତଃୟ୍ହୁଣି ବାରାୟ୍ ଜଃଉଁକେ ଆଦେସ୍ ଦେଉଁକ୍ ଜାତିରିଲା, ସେ ବୁତ୍ ଆତ୍ମା କଃତେକ୍ ତର୍ ତାକ୍ ଡଃସି ରିଲି, ଆରେକ୍ ଲକ୍ମଃନ୍ ତାକ୍ ସିକ୍ଳି ସଃଙ୍ଗ୍ ବାନ୍ଦି ରେତିରିଲାୟ୍, ମଃତର୍ ସେ ବାନ୍ଦୁଣ୍ ସଃବୁ ଚିଡାୟ୍ କଃରି ବୁତ୍ ତାକ୍ ସୁକ୍ଲା ବଃଟାୟ୍ ନେତିରିଲି ।
30 ଜିସୁ ତାକ୍ ହଃଚାର୍ଲା, "ତର୍ ନାଉ କାୟିରି ?"
ସେ କୟ୍ଲା, "ବାହିନି, ବଃଲେକ୍ ବୁତେକ୍," ତାକ୍ ବୁତେକ୍ ବୁତ୍ ତାର୍ ବିତ୍ରେ ହୁରି ରିଲାୟ୍ । 31 ଆରେକ୍ ଜିସୁ ଜଃନ୍କଃରି ସେମଃନ୍କେ ହଃତାଳେ ଜଃଉଁକେ ଆଦେସ୍ ନଃଦେୟ୍, ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃରୁକେ ଦଃର୍ଲାୟ୍ ।
32 ସେତି ଡଙ୍ଗୁର୍ କଃଳ୍କାୟ୍ ଗଟେକ୍ ଗୁସ୍ରା ମଃନ୍ଦା ଚଃର୍ତି ରିଲାୟ୍, ଆରେକ୍ ସେ ଜଃନ୍କଃରି ସେମଃନ୍କେ ସେ ଗୁସ୍ରାମଃନାର୍ ବିତ୍ରେ ହୁରୁକ୍ ଆଦେସ୍ ଦଃୟ୍ଦ୍ ଇତାକ୍ ସେମଃନ୍ ଜିସୁକେ ଗଃଉଆରି କଃଲାୟି । 33 ଜିସୁ ସେମଃନ୍କେ ଆଦେସ୍ ଦିଲାକ୍, ବୁତ୍ମଃନ୍ ସେ ମାନାୟ୍ ତଃୟ୍ହୁଣି ବାର୍ ଅୟି ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ସେତାକ୍ ସେ ଗୁସ୍ରା ମଃନ୍ଦା ସଃଙ୍ଗେ ସଃଙ୍ଗେ ଡଙ୍ଗୁର୍ ଉହ୍ରେ ହୁଣି ଦଃବ୍ଳି ଜାୟ୍ ସଃମ୍ନ୍ଦେ ଅଦ୍ରି ବୁଡି ମଃଲାୟ୍ ।
34 ଗୁସ୍ରା ଚଃରାଉତା ଲକ୍ମଃନ୍ ସେ ଗଃଟ୍ଣା ଦଃକି ହଃଳାୟ୍ ଜାୟ୍ ଗଃଳେ ଆର୍ ଗାଉଁଏମଃନ୍ ଜାଣାୟ୍ଲାୟ୍ । 35 ସେତାକ୍ ଲକ୍ମଃନ୍ ସେ ଗଃଟ୍ଣା ଦଃକୁକ୍ ବାରାୟ୍ ଆୟ୍ଲାୟ୍, ଆରେକ୍ ଜିସୁର୍ ଚଃମେ ଆୟ୍ଲାୟ୍, ଆର୍ ଜୁୟି ମାନାୟ୍ ତଃୟ୍ହୁଣି ବୁତ୍ମଃନ୍ ବାରାୟ୍ ଜାୟ୍ରିଲାୟ୍, ତାକେ ହଃଚ୍ୟା ହିନ୍ଦି ନିକ ମଃନେ ଜିସୁର୍ ହାଦ୍ ତଃଳେ ବଃସି ରିଲାର୍ ଦଃକି ଡିରି ଗଃଲାୟି ।