49 ଜିସୁ ଇ କଃତା କଃଉତା ବଃଳ୍, ପାର୍ତ୍ନାଗଃରାର୍ ମୁଳିକାର୍ ଗଃରେହୁଣି ଗଟ୍ ଲକ୍ ଆସି ତାକେ କୟ୍ଲା, "ତର୍ ଜିଦି ମଃଲିନି, ଗୁରୁକ୍ ଆରେକ୍ କଃସ୍ଟ ଦେସ୍ନାୟ୍ ।"
50 ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।"
51 ଆର୍ ଜିସୁ ଗଃରେ ଆସି, ପିତର୍, ଜହନ୍ ଆର୍ ଜାକୁବକ୍ ଆରେକ୍ ହିଲାର୍ ଉବାସି ଆୟ୍ସିକ୍ ଚାଡି, କାକେ ହେଁ ସଃଙ୍ଗେ ଜଃଉଁକେ ନଃଦିଲା । 52 ମଃତର୍ ସଃବୁ ଲକ୍ ପାର୍ତ୍ନା ଗଃରାର୍ ମୁଳିକାର୍ ଜିସି ମଃଲାକ୍ ଉରେ ମାରିଅୟ୍ କାନ୍ଦ୍ତି ରିଲାୟ୍, ସେତାକ୍ ଜିସୁ କୟ୍ଲା, "କାନ୍ଦା ନାୟ୍, ସେ ନଃମେରେ ମଃତର୍ ସଇ ଆଚେ ।"
53 ମଃତର୍ ସେ ମଃରି ଆଚେ ବଃଲି ଜାଣିରିଲାକ୍ ଲକ୍ମଃନ୍ ଜିସୁକେ ଗେଙ୍ଗ୍ରାଉଁକ୍ ଦଃର୍ଲାୟ୍ । 54 ମଃତର୍ ଜିସୁ ଟକିର୍ ଆତେ ଦଃରି କୟ୍ଲା, "ଏ ନୁନି ହିଲା ଉଟ୍ ।" 55 ସେତାକ୍ ତାର୍ ଆତ୍ମା ବାଉଳି ଆୟ୍ଲି ଆର୍ ସେ ସେଦାହ୍ରେ ଉଟ୍ଲି, ଆରେକ୍ ଜିସୁ ତାକ୍ କାୟିରି କଃଣ୍ଡେକ୍ କାଉଁକେ ଦେଉଁକେ କୟ୍ଲା । 56 ଇତାକ୍ ତାର୍ ଉବାସି ଆୟ୍ସି କାବା ଅୟ୍ଲାୟ୍, ମଃତର୍ ସେ ଗଃଟ୍ଣାର୍ କଃତା କାକେ ହେଁ କଃଉଆ ନାୟ୍ ବଃଲି ସେମଃନ୍କେ କୟ୍ଲା ।