38 ଆର୍ ଦଃକା, ଲକ୍ମଃନାର୍ ବିତ୍ରେ ଗଟ୍ ଲକ୍ ଆଉଲି ଅୟି କୟ୍ଲା, "ଏ ଗୁରୁ ମୁଁୟ୍ ତକେ ଗଃଉଆରି କଃରୁଲେ ମର୍ ହିଲାକ୍ ଦଃର୍ମ୍ କଃର୍, କାୟିତାକ୍ବଃଲେକ୍ ସେ ମର୍ ଗଟେକ୍ ବଃଲି ହିଲା । 39 ଦଃକ୍ ତାକ୍ ଗଟେକ୍ ବୁତ୍ ଦଃରେଦ୍ ଆର୍ ସେ ତଃତ୍କାଣ୍ ଆଉଲି ଅୟ୍ଦ୍, ଆରେକ୍ ସେ ତାକ୍ ଅଃନ୍କା ଆଳାଡାଳା କଃରେଦ୍ ମୁଏଁ ହୁଣି ହେହୁଲ୍ ବାରାୟ୍ଦ୍, ଆରେକ୍ ସେ ତାକେ ବାନା କାବ୍ରା କଃରି ବଃଡେ କଃସ୍ଟେ ବାରାୟ୍ ଜାୟ୍ଦ୍ । 40 ତାକ୍ ଚାଡାଉଁକେ ତର୍ ଚେଲାମଃନ୍କେ ଗଃଉଆରି କଃଲେ, ମଃତର୍ ସେମଃନ୍ ନଃହାର୍ଲାୟ୍ ।"
41 ଜିସୁ କୟ୍ଲା, "ରେ ଅବିସ୍ୱାସି ବିନ୍ ବାଟ୍ ଜାତା ବଃଉଁସ୍ କଃତେକ୍ କାଳ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ ତୁମିମଃନାର୍ ଇବାନ୍ୟା କଃତା ସଃମ୍ବାଳିନ୍ଦ୍, ତର୍ ହଅକେ ଇତି ଆଣ୍," 42 ସେ ଆସ୍ତା ବଃଳ୍ ବୁତ୍ ତାକ୍ ତଃଳେ ଅଦ୍ରାୟ୍ ବଃଡେ ଆଳାଡାଳା କଃଲି, ମଃତର୍ ଜିସୁ ବିଟାଳ୍ ବୁତ୍କେ ଦଃମ୍କାୟ୍ଲା ଆର୍ ବାର୍ କଃଲା ଆର୍ ହିଲାକ୍ ଉଜ୍ କଃରି ତାର୍ ଉବାସିର୍ ଆତେ ଦିଲା । 43 ସେତାକ୍ ସଃବୁଲକ୍ ଇସ୍ୱରାର୍ ବଃଡେ ସଃକ୍ତି ଦଃକି କାବା ଅୟ୍ଲାୟ୍, ମଃତର୍ ତାର୍ କଃଲା ସଃବୁ କାମ୍ ଗିନେ ସଃବୁ ଲକ୍ କାବା ଅଃଉତାବଃଳ୍ ସେ ଅଃହ୍ଣାର୍ ଚେଲା ମଃନ୍କେ କୟ୍ଲା ।