ଜିସୁ ହାଁଚ୍ ଅଃଜାର୍ ଲକ୍କେ କାଦି ଜାଗାୟ୍ଲା
30 ତାର୍ହଃଚେ ପେରିତ୍ମଃନ୍ ଜିସୁର୍ ଲଃଗେ ରୁଣ୍ଡ୍ଲାୟ୍ ଆର୍ ସେମଃନ୍ ଜାୟ୍ରି ଜାୟ୍ରି କଃରି ରିଲାୟ୍ ଆର୍ ତୁୟ୍ ଜୁୟ୍ରି ସିକ୍ୟା ଦଃୟ୍ରିଲାୟ୍ ସେରିମଃନ୍ ତାକ୍ କୟ୍ଲାୟ୍ । 31 ଗାଦେକ୍ ଲକ୍ ଜାଆଆସ୍ ଅଃଉତିରିଲାୟ୍ ଲାଗି, ସେମଃନ୍ କାଉଁକେ ହେଁ ନଃହାର୍ତି ରିଲାୟ୍ । ସେତାକ୍ ଜିସୁ ସେମଃନ୍କେ କୟ୍ଲା, "ଅଃମିମଃନ୍ ଅଃଲ୍ଗା ଅୟି ଗଟେକ୍ ସିଣିନ୍ଦ୍ ଟାଣେ ଜୁଆଁ, ଆର୍ ସେତି ଚଃନେକ୍ ବିସାଉଆ ।" 32 ତାର୍ହଃଚେ ସେମଃନ୍ ସେ ଟାଣ୍ ଚାଡି ଡଙ୍ଗାୟ୍ ବଃସି ଗଟ୍ ସିଣିନ୍ଦ୍ ଟାଣେ ବାରାୟ୍ ଗଃଳାୟ୍ ।
33 ମଃତର୍ କଃତିଲକ୍ ସେମଃନ୍କେ ବାରାୟ୍ ଜାତାର୍ ଦଃକ୍ଲାୟ୍ ଆର୍ ଚିନ୍ଲାୟ୍ ଆର୍ ଲକ୍ମଃନ୍ ସଃବୁ ଗଃଳେହୁଣି ହାଦେ ଇଣ୍ଡିଜାୟ୍ ସେତି ଅଃକା ସଃଙ୍ଗ୍ ଦଃବ୍ଳିଜାୟ୍ ସେମଃନାର୍ ଆଗାଳି ହଚ୍ଲାୟ୍ । 34 ୬:୩୪ ମାତି ୯:୩୬.ଜିସୁ ଡଙ୍ଗାୟ୍ ହୁଣି ଉତ୍ରି ଅଲେକାର୍ ଲକ୍ମଃନ୍କେ ଦଃକି ସେ ଲକାର୍ ଗିନେ ମଃନ୍ ବିତ୍ରେ ଦଃୟା ଆୟ୍ଲି, କାୟିତାକ୍ବଃଲେକ୍ ସେମଃନ୍ ଗଃଉଳିଆ ନୟ୍ଲା ମେଣ୍ଡା ହର୍ ରିଲାୟ୍, ଆର୍ ସେମଃନ୍କେ ଅଃନେକ୍ କଃତା ସିକ୍ୟା ଦେଉଁକ୍ ଦଃର୍ଲା । 35 ବେସି ବେଳ୍ ଆୟ୍ଲାକ୍ ଜିସୁର୍ ଚେଲାମଃନ୍ ଆସି ତାକ୍ କୟ୍ଲାୟ୍, "ଇଟାଣ୍ ତ ଲକ୍ବାକ୍ ନୟ୍ଲା ଟାଣ୍ ଆର୍ ବେସି ବେଳ୍ ଅୟ୍ଲିବେ; 36 ଲକ୍ମଃନ୍ ଜଃନ୍କଃରି ଚାରିହାକ୍ ଗାଉଁଗୁଡାୟ୍ ଜାୟ୍ ନିଜାର୍ ନିଜାର୍ ଗିନେ କାଉଁକେ କାଦି ଗେନ୍ତି । ଇତାର୍ ଗିନେ ସେମଃନ୍କେ ସେଲ ଦେସ୍ ।"
37 ମଃତର୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ସେମଃନ୍କେ କାଳାଉଆ ।"
ସେତାକ୍ ଚେଲାମଃନ୍ କୟ୍ଲାୟ୍, "ଅଃମିମଃନ୍ ଜାୟ୍ ହାଁଚ୍କଳି ଟଃକାର୍ ରୁଟି ଗେନିଆଣି କାୟି ସେମଃନ୍କେ କାଳାଉଁକ୍ ହାରୁନ୍ଦ୍ ?"
38 ଜିସୁ ସେମଃନ୍କେ ହଃଚାର୍ଲା, "ତୁମାର୍ହାକ୍ କଃତିଗଟ୍ ରୁଟି ଆଚେ ଜାୟ୍ ଦଃକା ।"
ଚେଲାମଃନ୍ ଦଃକିଆସି କୟ୍ଲାୟ୍, "ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ଆଚେ ।"
39 ସେତି ଜଃନ୍କଃରି ଦଃଳ୍ ଦଃଳ୍ ଅୟି କଃଉଁଳା ରଃନ୍ ଉହ୍ରେ ଲକ୍ମଃନ୍କେ ବଃସାଉଁକ୍ ଜିସୁ ଚେଲାମଃନ୍କେ କୟ୍ଲା । 40 ସେତାକ୍ ଲକ୍ମଃନ୍ ସଃବୁ ହାଁଚ୍କଳି ଆର୍ ଦୁୟ୍କଳି ଦଃସ୍ ଲେକା ଅୟି ବଃସ୍ଲାୟ୍ । 41 ତାର୍ହଃଚେ ଜିସୁ ସେ ହାଁଚ୍ ଗଟ୍ ରୁଟି ଜଳେକ୍ ମାଚ୍ ଦଃରି ସଃର୍ଗ୍ ବାଟ୍ୟା ଦଃକି ଇସ୍ୱର୍କେ ପାର୍ତ୍ନା କଃଲା ଆର୍ ରୁଟିମଃନ୍ ଆସିର୍ବାଦ୍ କଃରି ଲକ୍ମଃନ୍କେ ବାଟାକଃରି ଦେଉଁକେ ଚେଲାମଃନ୍କେ କୟ୍ଲା, ଆର୍ ସେ ଜଳେକ୍ ମାଚ୍କ୍ ସେ ସଃବୁ ଲକ୍ମଃନ୍କେ ବାଟାକଃରି ଦେଉଁକେ ଦିଲା । 42 ସେତିର୍ ସଃବୁଲକ୍ ହେଟ୍ ହୁର୍ନେ କାୟ୍ଲାୟ୍ । 43 ସଃବୁଲକ୍ କାୟି ସଃର୍ଲା ହଃଚେ, ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ଆର୍ ମାଚ୍ ରୁଣ୍ଡାୟ୍ ବାରଡଃଲା ବଃର୍ତି କଃଲାୟି । 44 ଜଃତେକ୍ ଲକ୍ମଃନ୍ ରୁଟି କାୟ୍ରିଲାୟ୍ ସେମଃନାର୍ ବିତ୍ରେ ଅଃବ୍କା ଅଃଣ୍ଡ୍ରାହିଲା ହଃକା ହାଁଚ୍ ଅଃଜାର୍ ରିଲାୟ୍ ।