19 ମରିୟମାର୍ ଡକ୍ରାସି ଜସେପ୍ ଦଃର୍ମି ଲକ୍ ରିଲା, ତଃବାର୍ଗିନେ ସେ ମରିୟମ୍କ୍ ସଃବୁଲକାର୍ ମୁଏଁ ଲାଜ୍ କଃରାଉଁକ୍ ମଃନ୍ ନଃକେଲା, ଆର୍ ସେ ଲୁକ୍ଣେ ତାକ୍ ଚାଡୁକ୍ ମଃନ୍କଃଲା । 20 ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ ।