20 ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ । 21 ୧:୨୧ ଲୁକ ୧:୩୧.ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉ ଜିସୁ ସଃଙ୍ଗାଉଆସ୍, କାୟିତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।"
22 ବାବ୍ବାଦିର୍ ତଃୟ୍ହୁଣି ଇସ୍ୱରାର୍ ଇ ଜୁୟି କଃତା ଜଃନ୍କଃରି ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ଇ ସଃବୁ ଗଃଟ୍ଲି । 23 ସେ ବାବ୍ବାଣି ଅଃଉଁଲି, "ଗଟେକ୍ ଦଃଙ୍ଗ୍ଳି ଟକି ଆଙ୍ଗେ ଅୟ୍ଦ୍ ଆର୍ ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ଲକ୍ମଃନ୍ ତାର୍ ନାଉ ଇମାନୁଏଲ୍ ବଃଲି ସଃଙ୍ଗାଉତି ।" ଇ ନାଉଁଆର୍ ଅଃର୍ତ୍, ଅଃମାର୍ ସଃଙ୍ଗ୍ ଇସ୍ୱର୍ ଆଚେ ।
24 ଇତାର୍ହଃଚ ଜସେପ୍ ନିଦେହୁଣି ଉଟ୍ଲା ଆର୍ ଇସ୍ୱରାର୍ ଦୁତ୍ ତାକ୍ ଜୁୟ୍ରଃକମ୍ କୟ୍ରିଲା, ସେବାନ୍ୟା କଃଲା ଆର୍ ମରିୟମ୍କେ ବିବା ଅୟ୍ଲା । 25 ୧:୨୫ ଲୁକ ୨:୨୧.ମଃତର୍ ମରିୟମ୍ ତାର୍ ହିଲା ଜଃଲମ୍ ନଃକେର୍ତା ହଃତେକ୍ ଜସେପ୍ ତାର୍ ସଃଙ୍ଗ୍ ସୟ୍ନଃକେଲା, ଆର୍ ସେ ହିଲା ଜଃଲମ୍ ଅୟ୍ଲାକ୍, ଜସେପ୍ ସେ ହିଲାର୍ ନାଉ ଜିସୁ ବଃଲି ଦିଲା ।