13 ସେମଃନ୍ ଦଃକି ଦଃକି ନଃଦେକ୍ତି ଆର୍ ସୁଣୁ ସୁଣୁ ନଃସୁଣ୍ତି କି ନଃବୁଜ୍ତି; ଇତାର୍ ଗିନେ ସେମଃନ୍କେ ମୁଁୟ୍ କଃତାମଃନ୍ କୟ୍ ବୁଜାଉଁଲେ । 14 ଆର୍ ଜିସାୟ୍ ବାବ୍ବାଦିର୍ ଇ ବାବ୍ବାଣି ସେମଃନାର୍ ଗିନେ ହୁରୁଣ୍ ଅୟ୍ଲି
‘ଇ ଲକ୍ମଃନ୍ ସୁଣୁ ସୁଣୁ ସୁଣ୍ତି, ମଃତର୍ କଃନ୍କଃରି ହେଁ ବୁଜୁ ନଃହାର୍ତି;
ଆରେକ୍ ଦଃକୁ ଦଃକୁ ଦଃକ୍ତି, ମଃତର୍ କଃନ୍କଃରି ହେଁ ଜାଣୁ ନଃହାର୍ତି ।
15 କାୟିତାକ୍ବଃଲେକ୍ ଇ ଲକ୍ମଃନାର୍ ମଃନ୍ ଅଃଟୁଆ ଅୟ୍ଲି,
ସେମଃନ୍ କାନେ ବଃଡେ କଃସ୍ଟେ ସୁଣ୍ଲାୟ୍,
ଆର୍ ଅଃହ୍ଣା ଅଃହ୍ଣାର୍ ଆକି ଲୁମ୍ଲାୟ୍ ।
ଜଃନ୍କଃରି ସେମଃନ୍ ଆକାୟ୍ ନଃଦେକ୍ତି,
ଆର୍ କାନେ ନଃସୁଣ୍ତି,
ଆର୍ ମଃନେ ନଃବୁଜ୍ତି,
ଆର୍ ବାଉଳି ନାସ୍ତି,
ଆର୍ ଅଃମି ସେମଃନ୍କେ ଉଜ୍ ନଃକେରୁ ।’"