ଜିସୁ କଃଦଟଳା ରଃନାର୍ ବାବ୍ ବୁଜାୟ୍ଲା
36 ହଃଚେ ଜିସୁ ସେ ଲକ୍ମଃନ୍କେ ଚାଡି ଗଃରେ ହୁର୍ଲା, ତାର୍ହଃଚେ ତାର୍ ଚେଲାମଃନ୍ ଜିସୁର୍ ଚଃମେ ଆସି ହଃଚାର୍ଲାୟ୍, "ବାଳାର୍ କଃଦଟଳା କଃତାର୍ ବାବ୍ ନିକକଃରି ବୁଜାଉ ।"
37 ଜିସୁ କୟ୍ଲା, "ନିକ ବିଆନ୍ ଜେ ବୁଣେଦ୍, ସେ ନଃରାର୍ ହୟିସି । 38 ତାସ୍ ହଃଦା ଅଃଉଁଲି ଜଃଗତ୍, ଜୁୟି ଲକ୍ମଃନ୍ ସଃର୍ଗ୍ ରାଇଜେ ବାସା କଃର୍ତି, ସେମଃନ୍ ନିକ ବିଆନ୍, କଃଦଟଳା ରଃନ୍ ହାହ୍ ଆତ୍ମାର୍ ଲକ୍ମଃନ୍ । 39 ଜୁୟି ସଃତ୍ରୁ ସେରି ବୁଣ୍ଲି, ସେ ସୟ୍ତାନ୍, କାଟାବେଟା ବେଳା ଅୟ୍ଲି ଜୁଗ୍ ସେସ୍ ଦିନ୍, ଆର୍ କାଟ୍ତା ଲକ୍ସଃବୁ ସଃର୍ଗ୍ ଦୁତ୍ମଃନ୍ । 40 ବଃଲେକ୍ କଃଦଟଳା ଜଃନ୍କଃରି ଗଟେ ଟାଣେ ଗାଦା କଃରି ଜୟେ ହଡାଉଁକ୍ ଅୟ୍ଦ୍, ଜୁଗ୍ ସେସ୍ ଦିନ୍ ସେରକମ୍ ଅୟ୍ଦ୍ । 41 ନଃରାର୍ ହୟିସି ଅଃହ୍ଣାର୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ସେମଃନ୍ ତାର୍ ରାଇଜାର୍ ସଃବୁ ବାଦା ଅଃଉତା ଲକ୍ମଃନ୍କେ ଆର୍ ଅଃଦଃର୍ମି ଲକ୍ମଃନ୍କେ ରୁଣ୍ଡାଉତି । 42 ଆର୍ ସେମଃନ୍କେ ଜୟ୍କୁଣ୍ଡେ ହଃବ୍ଳାଉତି, ସେ ବିତ୍ରେ କାନ୍ଦ୍ତାର୍ ଆର୍ ଦାତାର୍ କିଳିମିଳି ଅୟ୍ଦ୍ । 43 ସଃଡେବଃଳ୍ ଇସ୍ୱରାର୍ ଦଃର୍ମି ଲକ୍ମଃନ୍ ସେମଃନାର୍ ସଃର୍ଗାର୍ ଉବାସିର୍ ରାଇଜେ ବେଳ୍ ହର୍ ଜିକ୍ଜିକା ଡିସ୍ତି । ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"