ତୁମାର୍ ବିରୁଦେ ଜେ ଦଃସ୍ କଃରେଦ୍
15 "ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ । 16 ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’