15 "ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ । 16 ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’ 17 ସେ ଜଦି ସେମଃନାର୍ କଃତା ହେଁ ନଃମାନେ, ତଃବେ ମଣ୍ଡ୍ଳିକେ କଃଉଆ ଆର୍ ଜଦି ସେ ମଣ୍ଡ୍ଳିର୍ କଃତା ହେଁ ନଃମାନେ, ତଃବେ ସେ ତୁମାର୍ ଆକାୟ୍ ଅଜିଉଦି ଆର୍ ରିବ୍ନି ହର୍ ଅଃଉଅ, ଆର୍ ତାର୍ ସଃଙ୍ଗ୍ ମିଳାମିସା କଃରାନାୟ୍ ।"
18 "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ହୁର୍ତିବିଏ ଜାୟ୍ରି ସଃବୁ ବଃନ୍ଦ୍ କଃରାସ୍, ସଃର୍ଗେ ସେରି ସଃବୁ ବଃନ୍ଦ୍ କଃରା ଅୟ୍ଦ୍, ଆରେକ୍ ସଃଙ୍ଗ୍ସାରେ ଜାୟ୍ରି ସଃବୁ ଉଗାଳାସ୍, ସଃର୍ଗେ ହେଁ ସେରି ସଃବୁ ଉଗାଳା ଅୟ୍ଦ୍ ।"
19 "ଆର୍ ମୁଁୟ୍ ତୁମିକେ ସଃତ୍ କଃତା କଃଉଁଲେ, ହୁର୍ତିବିଏ ତୁମାର୍ ବିତ୍ରେ ଦୁୟ୍ ଲକ୍ ଜୁୟି ବିସୟ୍ ହେଁ ଗଟେକ୍ ମଃନେ ଜାୟ୍ରି ହେଁ ମାଗାସ୍, ମର୍ ସଃର୍ଗାର୍ ଉବାର୍ ଆତେ ସେ ଅଃଦିକାର୍ ଆଚେ, ସେରି ତୁମାର୍ ଗିନେ ଅୟ୍ଦ୍ । 20 କାୟିତାକ୍ବଃଲେକ୍ ଜୁୟି ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।"