28 "ମଃତର୍ ସେ ରିଣିଆ ଗତିଦଃଙ୍ଗ୍ଳା ମାନାୟ୍ ସେତିହୁଣି ବାରାୟ୍ ଗଃଲା ଆର୍ ତାର୍ ତଃୟ୍ହୁଣି ପଚାସ୍ ଟଃକା ରିଣ୍ ନଃୟ୍ରିଲା ଗଟେକ୍ ସଃଙ୍ଗାର୍ ଦଃଙ୍ଗ୍ଳାକେ ଦଃକ୍ଲା ଆର୍ ତାକ୍ ଦଃରି ତାର୍ ଟଟି ହିଚି କଃଉଁକେ ଦଃର୍ଲା, ‘ତୁୟ୍ ଜଃତେକ୍ ରିଣ୍ ନିଲିସ୍ ଆଚ୍ସି ସୁଜ୍ ।’ 30 ମଃତର୍ ସେ ରାଜି ନୟ୍ଲା, ଆର୍ ରିଣ୍ ନଃସୁଜ୍ତା ହଃତେକ୍ ତାକ୍ ଜଃଇଲେ ହୁରାୟ୍ଲା ।