ଜିସୁ ସାନ୍ ହିଲାମଃନ୍କେ ଆସିର୍ବାଦ୍ କଃଲା
13 ଜିସୁ ଜଃନ୍କଃରି ସାନ୍ ହିଲାମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ପାର୍ତ୍ନା କଃରେଦ୍, ଇତାର୍ ଗିନେ ଲକ୍ମଃନ୍ ତାର୍ ଚଃମେ ସାନ୍ ସାନ୍ ହିଲାମଃନ୍କେ ଆଣ୍ଲାୟି, ମଃତର୍ ଚେଲାମଃନ୍ ଆଣ୍ତା ଲକ୍ମଃନ୍କେ ଦଃକାଦିଲାୟ୍ । 14 ମଃତର୍ ଜିସୁ କୟ୍ଲା, "ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।"
15 ଆର୍ ଜିସୁ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃରି ସେତିହୁଣି ବାରାୟ୍ ଗଃଲା ।