ହଃଣ୍ଡିତ୍ମଃନ୍ ଜିସୁକେ ଦଃକୁକେ ଗଃଲାୟି
1 ହେରଦ୍ ରଃଜା ରାଇଜ୍ କଃର୍ତାବଃଳ୍ ଜିଉଦା ରାଜିର୍ ବେତ୍ଲିହିମ୍ ଗଃଳେ ଜିସୁ ଜଃଲମ୍ ଅୟ୍ଲା ହଃଚେ, ଦଃକା, ହୁର୍ବ ଦେସାର୍ କଃତିଗଟ୍ ହଃଣ୍ଡିତ୍ମଃନ୍ ଜିରୁସାଲମ୍ ଆୟ୍ଲାୟ୍, 2 ଆର୍ ହଃଚାର୍ଲାୟ୍, "ଜୁୟି ହିଲା ଜିଉଦିମଃନାର୍ ରଃଜା ଅଃଉଁକେ ଜଃଲମ୍ ଅୟିଆଚେ, ସେ କୁୟ୍ତି ଆଚେ ? କାୟିତାକ୍ବଃଲେକ୍ ଅଃମିମଃନ୍ ହୁର୍ବ୍ ଦେସାର୍ ଅଃଗାସେ ତାର୍ ତାରା ଦଃକି ତାକ୍ ଜୁଆର୍ କଃରୁକେ ଆସିଆଚୁ ।"
3 ଇରି ସୁଣି ହେରଦ୍ ରଃଜା ଆର୍ ତାର୍ ସଃଙ୍ଗ୍ ଜିରୁସାଲମାର୍ ସଃବୁ ଲକ୍ମଃନ୍ କାବା ଅୟଃଲାୟ୍ । 4 ସେତାକ୍ ହେରଦ୍ ରଃଜା ଲକ୍ମଃନାର୍ ସଃବୁ ବଃଡ୍ ଜାଜକ୍ ଆର୍ ହଃଣ୍ଡିତ୍ ମଃନ୍କେ କୁଦି ସେମଃନ୍କେ ହଃଚାର୍ଲା, "ମଃସିଆ ଜେ କି କ୍ରିସ୍ଟ, ସେ କୁୟ୍ତି ଜଃଲମ୍ ଅୟ୍ଦ୍ ?"
5 ସେମଃନ୍ ଉତୁର୍ ଦିଲାୟ୍, "ଜିଉଦା ରାଜିର୍ ବେତ୍ଲିହିମ୍," କାୟିତାକ୍ବଃଲେକ୍ ଇ କଃତା ଗଟେକ୍ ବାବ୍ବାଦି ଲେକିଆଚେ-
6 "ଏଗା ଜିଉଦା ରାଜିର୍ ବେତ୍ଲିହିମ୍,
ତୁୟ୍ ଜିଉଦା ରାଜିର୍ ବଃଡ୍ ଗଃଳ୍ମଃନାର୍ ବିତ୍ରେ କୁୟି ଗୁଣେ ହେଁ ସାନ୍ ନାୟ୍,
କାୟିତାକ୍ବଃଲେକ୍ ଅଃମାର୍ ଇସ୍ରାଏଲ୍ ଲକ୍ମଃନ୍କେ ଚାଲାଉଁକ୍,
ଗଟେକ୍ ଚାଲାଉତା ଲକ୍ ତର୍ ତଃୟ୍ହୁଣି ଆସେଦ୍ ।"
7 ଇରି ସୁଣି ହେରଦ୍ ହୁର୍ବ ଦେସାର୍ ସେ ହଃଣ୍ଡିତ୍ମଃନ୍କେ ଲୁକ୍ଣେ କୁଦି, ସେ ତାରା କଃଡେବଃଳ୍ ଡିସ୍ଲି, ଇରି ସେମଃନାର୍ ତଃୟ୍ହୁଣି ନିକ କଃରି ବୁଜ୍ଲା । 8 ତାର୍ହଃଚେ ହେରଦ୍ ରଃଜା ସେମଃନ୍କେ ବେତ୍ଲିହିମ୍ ହଃଟାୟ୍ କୟ୍ଲା, "ତୁମିମଃନ୍ ଜାୟ୍ ସେ ହିଲାକ୍ ନିକକଃରି ଲଳା ଆର୍ ତାକ୍ ବେଟ୍ ହାୟ୍ଲା ଦାହ୍ରେ ମକ୍ ଜାଣାଉଆ, ଜଃନ୍କଃରି ମୁଁୟ୍ ହେଁ ଜାୟ୍ ତାକ୍ ଜୁଆର୍ କଃରିନ୍ଦ୍ ।"
9 ହଃଣ୍ଡିତ୍ମଃନ୍ ରଃଜାର୍ କଃତା ସୁଣି ସେତିହୁଣି ଗଃଳାୟ୍, ଆର୍ ସେମଃନ୍ ହୁର୍ବ୍ ଦେସେ ଜୁୟି ତାରା ଦଃକି ରିଲାୟ୍, ସେ ତାରା ସେମଃନାର୍ ଆଗେ ଆଗେ ଜାୟ୍, ଜୁୟି ଗଃରେ ହିଲା ରିଲା ସେ ଗଃର୍ ଉହ୍ରେ ଜାୟ୍ ତେବଃଲି । 10 ସେମଃନ୍ ସେ ତାରାକେ ଦଃକି ବଃଡେ ସଃର୍ଦା ଅୟଃଲାୟ୍ । 11 ଆର୍ ଗଃର୍ ବିତ୍ରେ ହୁରି ସେ ହିଲାକ୍ ତାର୍ ଆୟ୍ସି ମରିୟମ୍ ସଃଙ୍ଗ୍ ଦଃକ୍ଲାୟ୍ ଆର୍ ତାକ୍ ହାଦେ ଡୁଳି ଜୁଆର୍ କଃଲାୟି, ଆରେକ୍ ନିଜାର୍ ନିଜାର୍ ହେଳି ଉଗାଳି ସନା, ବୁତେକ୍ ମଲାର୍ ଦୁହ୍ଣି ଆର୍ ବାସ୍ନା ଚିକଣ୍ ସେ ହିଲାକ୍ ଦିଲାୟ୍ । 12 ଇତାର୍ହଃଚ ହେରଦ୍ ରଃଜାର୍ ଲଃଗେ ବାଉଳି ନଃଜଃଉଁକେ ଇସ୍ୱର୍ ସେମଃନ୍କେ ଚଃହ୍ନେ ଆଡର୍ ଦିଲାକ୍, ସେମଃନ୍ ବିନ୍ ବାଟ ଅୟି ନିଜାର୍ ଦେସେ ବାଉଳି ଗଃଳାୟ୍ ।