ବୁତି ଡାବୁ ଦେତା କଃତା
1 "ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ସାଉକାର୍ ହର୍, ସଃକାଳ୍ ଅୟ୍ଲା ଦାହ୍ରେ ତାର୍ ଅଙ୍ଗୁର୍ ବାଳେ ବୁତି ଲାଗାଉଁକେ ଲକ୍ମଃନ୍କେ ଲଳୁକ୍ ବାରାୟ୍ ଗଃଲା । 2 ସେ ବୁତିକଃରୁ ଲକ୍ମଃନ୍କେ ଦିନେକେ ଗଟେକ୍ ରୁହା ଟଃକା ବୁତି ଦେଉଁକେ ଚିଡାୟ୍କଃରି ଅଙ୍ଗୁର୍ ବାଳେ ହଃଟାୟ୍ଲା । 3 ଆରେକ୍ ନଅଃ ଗଃଟା ବେଳାୟ୍ ସେ ବାରାୟ୍ ଗଃଲା ଆର୍ ବଃଜାରେ ବିନ୍ ଲକ୍ମଃନ୍ ହାୟ୍ଟି ନୟ୍ଲାକ୍ ଅଃଳ୍ସିଆ ଅୟି ଟିଆ ଅୟ୍ରିଲାର୍ ଦଃକ୍ଲା ଆର୍ ସେମଃନ୍କେ କୟ୍ଲା, 4 ‘ତୁମିମଃନ୍ ହେଁ ମର୍ ଅଙ୍ଗୁର୍ ବାଳେ ଜାହା, ଆର୍ ତୁମିକେ ଜାୟ୍ରି ଦେତାର୍ ଟିକ୍ ସଃତେକ୍ ତୁମିକେ ଦଃୟ୍ନ୍ଦ୍ ।’ 5 ଆର୍ ସେମଃନ୍ ଗଃଲାୟି । ତାର୍ହଃଚେ ସେ ବାର ଗଃଟା ଆର୍ ତିନିଗଃଟା ବେଳାୟ୍ ବାରାୟ୍ ଗଃଲା ଆର୍ ସେହର୍ ଲକ୍ମଃନ୍କେ ଅଙ୍ଗୁର୍ ବାଳେ ହଃଟାୟ୍ଲା । 6 ଆରେକ୍ ହାଁଚ୍ ଗଃଟା ବେଳାୟ୍ ବାରାୟ୍ ଗଃଲା ଆର୍ କଃତି ଲକ୍କେ ଅଃଳ୍ସିଆ ଅୟି ଟିଆ ଅୟ୍ରିଲାର୍ ଦଃକି ହଃଚାର୍ଲା, ‘ତୁମିମଃନ୍ କାୟିତାକ୍ ହାୟ୍ଟି ନଃକେରି ବେଳ୍ ବୁଡାଉଁଲାସ୍ ?’ 7 ସେମଃନ୍ ତାକ୍ କୟ୍ଲାୟ୍, ‘ବଃଲେକ୍ ଅଃମିକ୍ କେଏ ବୁତି ନଃଲାଗାଉତି ।’"
ସେ ସେମଃନ୍କେ କୟ୍ଲା, "ତୁମିମଃନ୍ ହେଁ ମର୍ ଅଙ୍ଗୁର୍ ବାଳେ ଜାହା ।"
8 "ହଃଚେ ବେଳ୍ ବୁଡ୍ତା ବଃଳ୍ ଅଙ୍ଗୁର୍ ବାଳାର୍ ସାଉକାର୍ ତାର୍ ଗୁମୁସ୍ତାକ୍ କୟ୍ଲା, ‘ବୁତି କଃଲା ଲକ୍ମଃନ୍କେ କୁଦି ହଃଚେ ଆୟ୍ଲା ଲକ୍ମଃନ୍ ତଃୟ୍ହୁଣି ଆରୁମ୍ କଃରି ହଃର୍ତୁର୍ ଲକ୍ମଃନ୍କେ ବୁତି ଡାବୁ ଦେସ୍ ।’ 9 ଜୁୟି ଲକ୍ମଃନ୍ ହାଁଚ୍ ଗଃଟା ବଃଳ୍ ଆସି ବୁତି କଃରି ରିଲାୟ୍, ସେମଃନ୍ ଗଟେକ୍ ଲେକା ରୁହା ଟଃକା ବୁତି ଡାବୁ ହାୟ୍ଲାୟ୍ । 10 ଆରେକ୍ ହଃର୍ତୁମ୍ହୁଣି ବୁତି କଃଲା ଲକ୍ ଅଃଦିକ୍ ହାଉନ୍ଦ୍ ବଃଲି ମଃନେ ବାବ୍ତି ରିଲାୟ୍, ମଃତର୍ ସେମଃନ୍ ହେଁ ଗଟେକ୍ ଲେକା ରୁହା ଟଃକା ହାୟ୍ଲାୟ୍ । 11 ମଃତର୍ ସେରି ହାୟ୍ଁ ସାଉକାର୍କେ ରିସା ଅୟି ଉଳୁକ୍ ଦଃର୍ଲାୟ୍ ଆର୍ କୟ୍ଲାୟ୍, 12 ‘ଇ ହଃଚାର୍ ଲକ୍ମଃନ୍ ଗଟେକ୍ ଗଃଟା ମଃତର୍ ହାୟ୍ଟି କଃଲାୟି, ଆରେକ୍ ଅଃମିମଃନ୍ ଦିନ୍ ସଃରା କଃରାୟ୍ ହାୟ୍ଟି କଃଲୁ, ମଃତର୍ ତୁୟ୍ ସେମଃନ୍କେ ଅଃମାର୍ ସଃମାନ୍ କଃଲିସ୍ ।’"
13 "ମଃତର୍ ସେମଃନାର୍ ବିତ୍ରେ ଗଟେକ୍ ଲକ୍କେ ସାଉକାର୍ କୟ୍ଲା, ‘ବାୟ୍, ତକେ ମୁଁୟ୍ ଅଃନ୍ୟାୟ୍ ନଃକେରି, ତୁୟ୍ କାୟି ମର୍ ସଃଙ୍ଗ୍ ଗଟେକ୍ ଲେକା ରୁହା ଟଃକାର୍ ଗିନେ ରାଜି ଅୟ୍ନଃରିଲିସ୍ ? 14 ଜାୟ୍ରି ହାୟ୍ଁ ଆଚ୍ସି, ସେରି ଦଃରି ବାରାୟ୍ ଜାଆ, ମଃତର୍ ଇ ହଃଚାର୍ ଗଟ୍ ଗଃଟା ହାୟ୍ଟି କଃଲା ଲକ୍କେ ହେଁ ତର୍ ହର୍ ଦେଉଁକେ ମର୍ ମଃନ୍ । 15 ଅଃହ୍ଣାର୍ ଦଃନ୍କେ ନିଜାର୍ ମଃନ୍ ଇଚାୟ୍ ଦେଉଁକେ କାୟି ମର୍ ଅଃଦିକାର୍ ନାୟ୍ ? କି ମୁଁୟ୍ ସଃତ୍ କାମ୍ କଃଲାକ୍ ଡାରା ଅଃଉଁଲାସ୍ ?’"
16 ୨୦:୧୬ ମାତି ୧୯:୩୦; ମାର୍କ ୧୦:୩୧; ଲୁକ ୧୩:୩୦. "ସେରଃକମ୍ ହଃଚେ ରିଲା ଲକ୍ ହଃର୍ତୁ ଅଃଉତି ଆର୍ ହଃର୍ତୁ ରିଲା ଲକ୍ ହଃଚେ ଅଃଉତି ।"