ଜିସୁ ଜିରୁସାଲମ୍ ମନ୍ଦିରେ ବିତ୍ରେ ଗଃଲା
12 ତାର୍ହଃଚେ ଜିସୁ ମନ୍ଦିର୍ ବିତ୍ରେ ଗଃଲା, ଆର୍ ସେତି ବିକାବାଞ୍ଜା କଃର୍ତା ସଃବୁ ଲକ୍ମଃନ୍କେ ବାର୍କଃଲା । ଆର୍ ଡାବୁ ବାଦ୍ଲାଉତା ବେବାରିମଃନାର୍ ଟେବୁଲ୍ ଆର୍ ହାଣ୍ଡ୍କା ବେବାରିମଃନାର୍ ବଃସ୍ତା କୁର୍ଚିମଃନ୍ ଉଲ୍ଟାୟ୍ ହଃକାୟ୍ଲା । 13 ଆର୍ ଜିସୁ ସେମଃନ୍କେ କୟ୍ଲା, "ସାସ୍ତରେ ଲେକା ଆଚେ, ‘ଅଃମାର୍ ଗଃର୍ ଇସ୍ୱରାର୍ ପାର୍ତ୍ନାଗଃର୍ ବଃଲି ଡାକେ ହୁଟେଦ୍,’ ମଃତର୍ ତୁମିମଃନ୍ ତାକ୍ କଃଙ୍ଗାର୍ମଃନ୍ ଲୁକ୍ତା ହାର୍ କଃରୁଲାସ୍ ।"