9 ୨୪:୯ ମାତି ୧୦:୨୨. "ମଃତର୍ ସଃଡେବଃଳ୍ ଲକ୍ମଃନ୍ ତୁମିକେ କଃସ୍ଟ୍ବଗ୍ କଃରୁକେ ସଃହ୍ରି ଦେତି, ଆର୍ ସେମଃନ୍ ତୁମିକେ ମଃର୍ନେ ମାର୍ତି, ଆର୍ ମର୍ ନାଉଁଏ ବିସ୍ୱାସ୍ କଃର୍ତା ଗିନେ ସଃବୁ ଜାତିର୍ ଲକ୍ମଃନ୍ ତୁମିକେ ଗିଣ୍ କଃର୍ତି । 10 ସଃଡେବଃଳ୍ ଗାଦେକ୍ ଲକ୍ମଃନ୍ ବାଦା ହାଉତି ଆର୍ ମାପୁର୍ ବିସ୍ୱାସ୍ ଚାଡି ସେମଃନ୍ ତାକାର୍ ତାକାର୍ ବିତ୍ରେ ଦଃରାୟ୍ଦେତି ଆର୍ ତାକାର୍ ତାକାର୍ ବିତ୍ରେ ଗିଣ୍ କଃରାକଃରି ଅଃଉତି । 11 ଆର୍ ସଃଡେବଃଳ୍ ବୁତେକ୍ ବାମାଉତା ବାବ୍ବାଦିମଃନ୍ ବାରାୟ୍କଃରି ଗାଦେକ୍ ଲକ୍ମଃନ୍କେ ବୁଲ୍କାଉତି ।