ସଃରାସଃରି ବିଚାର୍
31 ୨୫:୩୧ ମାତି ୧୬:୨୭; ମାତି ୧୯:୨୮. "ଜଃଡେବଃଳ୍ ସଃବୁ ସଃର୍ଗ୍ଦୁତ୍ ସଃଙ୍ଗ୍ ରଃଜା ଅୟି ଜଃଜ୍ମାନ୍ ସଃଙ୍ଗ୍ ନଃରାର୍ ହୟିସି ଆସେଦ୍, ସଃଡେବଃଳ୍ ସେ ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ଉହ୍ରେ ବଃସେଦ୍ । 32 ଆରେକ୍ ତାର୍ ମୁଏଁ ସଃବୁ ବାସାର୍ ଲକ୍ମଃନ୍କେ ଗଟେତଃୟ୍ଁ କଃରା ଅୟ୍ଦ୍, ଆର୍ ସେମଃନ୍କେ ଦୁୟ୍ ଦଃଳ୍ କଃରି ବାଗ୍ କଃରେଦ୍, ଜଃନ୍କଃରି ଗଃଉଳିଆ ଚେଳିକ୍ ଆର୍ ମେଣ୍ଡାକେ ଅଃଲ୍ଗା କଃରି, 33 ମେଣ୍ଡାମଃନ୍କେ ତାର୍ କାତା ବାଟ୍ୟା ଆର୍ ଚେଳିମଃନ୍କେ ତାର୍ ଡେବ୍ରି ବାଟ୍ୟା ଟିଆ କଃରେଦ୍ । 34 ତାର୍ହଃଚେ ରଃଜା ତାର୍ କାତା ବାଟ୍ୟାର୍ ଲକ୍ମଃନ୍କେ କୟ୍ଦ୍, ‘ଆସା, ମର୍ ଉବାର୍ ଆସିର୍ବାଦ୍ ହାୟ୍ଲା ଲକ୍ମଃନ୍ । ତୁମାର୍ ଗିନେ ଜଃଗତାର୍ ଆରୁମେ ଜୁୟି ରାଇଜ୍ ତିଆର୍ ଅୟିଆଚେ, ଆସା ସେ ରାଇଜାର୍ ଅଃଦିକାରି ଅଃଉଆ । 35 ବଃଲେକ୍ ମୁଁୟ୍ ବୁକେ ରିଲେ, ତୁମିମଃନ୍ ମକ୍ କାଉଁକେ ଦିଲାସ୍; ଆର୍ ମୁଁୟ୍ ସସେ ରିଲେ, ତୁମିମଃନ୍ ମକ୍ ହାଣି ସକୁକ୍ ଦିଲାସ୍; ମୁଁୟ୍ ହଃର୍ବାସି ରିଲେ, ମକ୍ ରେଉଁକ୍ ତୁମାର୍ ଗଃରେ ଟାଣ୍ ଦିଲାସ୍; 36 ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’"
37 "ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପୁର୍ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ ? 38 ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ ? 39 ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ ?’ 40 ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
41 "ତାର୍ହଃଚେ ରଃଜା ତାର୍ ଡେବ୍ରି ବାଟ୍ୟାର୍ ଲକ୍ମଃନ୍କେ ହେଁ କୟ୍ଦ୍, ‘ଏ ଇସ୍ୱରାର୍ ସାୟ୍ପ୍ ହାୟ୍ଲା ଲକ୍ମଃନ୍ ମର୍ ମୁୟେଁହୁଣି ଦୁର୍ ଅଃଉଆ ! ଆର୍ ସୟ୍ତାନ୍ ଆର୍ ତାର୍ ଦୁତ୍ ମଃନାର୍ ଗିନେ ସଃବୁ ଦିନାର୍ ହାଁୟ୍ ଜୁୟି ଜୟ୍ ତିଆର୍ ଅୟିଆଚେ ସେତି ଜଃହା । 42 ବଃଲେକ୍ ମୁଁୟ୍ ବୁକେ ରିଲେ ତୁମିମଃନ୍ ମକ୍ କାଉଁକେ ନଃଦିଲାସ୍; ସସେ ରିଲେ, ମକେ ହାଣି ସକୁକ୍ ନଃଦିଲାସ୍ । 43 ମୁଁୟ୍ ହଃର୍ବାସି ରିଲେ, ମକ୍ ତୁମିମଃନ୍ ଟାଣ୍ ନଃଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ମକ୍ ବଃସ୍ତର୍ ହିନ୍ଦୁକେ ନଃଦିଲାସ୍; ମୁଁୟ୍ ମଃଳୁହଃଳି ରିଲେ ଆର୍ ଜଃଇଲେ ରିଲେ, ମକ୍ ଦଃକୁକେ ନାୟ୍ଲାସ୍ ।’"
44 "ତଃବେ ସେମଃନ୍ ହେଁ କଃଉତି, ‘ଏ ମାପୁର୍, କଃବେ ଅଃମିମଃନ୍ ତକେ ବୁକେ ରିଲାର୍ କି ସସେ ରିଲାର୍, ଆର୍ ହଃର୍ବାସି ରିଲାର୍ କି ନଃଗ୍ଳା ରିଲାର୍, ଆର୍ ମଃଳୁହଃଳି ରିଲାର୍ କି ଜଃଇଲେ ରିଲାର୍ ଦଃକି ତର୍ ସେବା ନଃକେଲୁ ?’ 45 ତଃବେ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଇନସ୍ତା ଲକାର୍ ବିତ୍ରାର୍ ଗଟେକ୍ ନିଗାଳ୍ ଲକ୍କେ ହେଁ ଇ ସଃବୁ କଃରି ନଃରିଲାର୍ଗିନେ ତୁମିମଃନ୍ ମକ୍ ନଃକେଲାସ୍ ।’ 46 ଆର୍ ଇ ଲକ୍ମଃନ୍ ସଃବୁ ଦିନାର୍ ଗିନେ ଡଃଣ୍ଡ୍ ବଃଗ୍ତି, ମଃତର୍ ଦଃର୍ମି ଲକ୍ମଃନ୍ ସଃବୁ ଦିନାର୍ ଗିନେ ଅଃମ୍ବର୍ ଜିବନ୍ ଅଃଦିକାରି କଃରୁକେ ଜାତି ।"