36 ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’"
37 "ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପୁର୍ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ ? 38 ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ ? 39 ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ ?’ 40 ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"