51 ଆରେକ୍ ଦଃକା ମନ୍ଦିର୍କେ ଦୁୟ୍ ବାଗ୍ କଃର୍ତା ମଃଜାୟ୍ ଅଳାୟ୍ରିଲା ପର୍ଦା ଉହ୍ରେ ହୁଣି ତଃଳ୍ ହଃତେକ୍ ଚିରି ଅୟି ଦୁୟ୍ ହଳା ଅୟ୍ଲି, ଆର୍ ବୁୟ୍ଁ ଲଃଦ୍ବଃଦ୍ଲି ଆର୍ ଡଙ୍ଗ୍ରାର୍ ଟେଳାମଃନ୍ ହୁଟ୍ଲି । 52 ଆରେକ୍ ମଃସୁଣ୍ କାଲ୍ମଃନ୍ ମେଲା ଅୟ୍ଲି, ଆର୍ ଗାଦେକ୍ ମଃଲା ଇସ୍ୱରାର୍ ପବିତ୍ର ଲଃକ୍ମଃନ୍ ଉଟ୍ଲାୟ୍ । 53 ଆରେକ୍ ସେମଃନ୍ ମଃରି ଉଟି ମଃସୁଣ୍ କାଲେ ହୁଣି ବାରାୟ୍ଲାୟ୍, ଆର୍ ଜିସୁ ମଃରି ଉଟ୍ଲା ହଃଚେ, ସେମଃନ୍ ପବିତ୍ର ଜିରୁସାଲମ୍ ଗଃଳେ ଗଃଲାୟି ଆର୍ ଗାଦେକ୍ ଲକ୍ମଃନ୍କେ ଦଃକାୟ୍ ଅୟଃଲାୟ୍ ।
54 ହାଁଚ୍ କଳି ସଃଇନ୍ମଃନାର୍ ମୁଳିକା ଆର୍ ତାର୍ ସଃଙ୍ଗ୍ ଜୁୟି ଲକ୍ମଃନ୍ ଜିସୁକେ ଜାଗି ରିଲାୟ୍, ସେମଃନ୍ ଦଃର୍ତି ଲଃଦ୍ବଃଦ୍ଲାର୍ ଗଃଟ୍ଣା ଦଃକି ବଃଡେ ଡିରିକଃରି କୟ୍ଲାୟ୍, "ସଃତ୍କଃରି, ଏ ଇସ୍ୱରାର୍ ହୟିସି ରିଲା ।"