ଜିସୁ ଚାରିଗଟ୍ ମାଚୁଆମଃନ୍କେ କୁଦ୍ଲା
18 ଜିସୁ ଗାଲିଲି ସଃମ୍ନ୍ଦ୍ କଃଣ୍ଡିବାଟ୍ ବୁଲ୍ତିରିଲା ବଃଳ୍ ସିମନ୍, ଜାକେ ପିତର୍ ବଃଲି କଃଉତି, ଆର୍ ତାର୍ ବାୟ୍ସି ଆନ୍ଦ୍ରିଅ, ଇ ଦୁୟ୍ ବାୟ୍କ୍ ସଃମ୍ନ୍ଦେ ବୟ୍ଜାଲ୍ ହଃକାଉତାର୍ ଦଃକ୍ଲା, କାୟିତାକ୍ବଃଲେକ୍ ସେମଃନ୍ ମାଚୁଆ ରିଲାୟ୍ । 19 ଜିସୁ ସେମଃନ୍କେ କୟ୍ଲା, "ମର୍ ସଃଙ୍ଗ୍ ଆସା, ମୁଁୟ୍ ତୁମିମଃନ୍କେ ନଃର୍ମଃନ୍କେ ମାପୁରାର୍ ଲଃଗେ ଆଣୁକେ ସିକାୟ୍ନ୍ଦ୍ ।" 20 ସେଦାହ୍ରେ ସେମଃନ୍ ତାକାର୍ ଜାଲ୍ ଚାଡ୍ଲାୟ୍ ଆର୍ ଜିସୁର୍ ସଃଙ୍ଗ୍ ଗଃଲାୟି ।
21 ଆରେକ୍ ଜିସୁ ସେତିହୁଣି କଃଣ୍ଡେକ୍ ଆଗେ ଜାୟ୍ ଜେବଦିର୍ ହୟିସି ଜାକୁବ ଆର୍ ଜହନ୍ ନାଉଁଆର୍ ଆରେକ୍ ଦୁୟ୍ ବାୟ୍କ୍ ତାକାର୍ ଉବାସି ଜେବଦି ସଃଙ୍ଗ୍ ଡଙ୍ଗାୟ୍ ଜାଲ୍ ହଃଜାଳ୍ତି ରିଲାର୍ ଦଃକି ସେମଃନ୍କେ କୁଦ୍ଲା । 22 ଆର୍ ସେମଃନ୍ ସେଦାହ୍ରେ ଡଙ୍ଗା ଆର୍ ତାକାର୍ ଉବାସିକ୍ ଚାଡି ଜିସୁର୍ ହଃଚେ ହଃଚେ ଗଃଲାୟି ।