26 ଜିସୁ ସେମଃନ୍କେ କୟ୍ଲା, "ଏ ଅଃଳକ୍ ବିସ୍ୱାସିମଃନ୍, ତୁମିମଃନ୍ କାୟ୍କଃରୁକ୍ ଅଃତେକ୍ ଡିରୁଲାସ୍ ?" ସଃଡେବଃଳ୍ ଜିସୁ ଉଟି ସଃମଃନ୍ଦ୍ ଆର୍ ବାଉକେ ତିର୍ ଅଃଉଁକେ ଆଡର୍ ଦିଲା, ଆର୍ ସଃବୁ ତିର୍ ଅୟ୍ଲି ।
27 ସେତାକ୍ ଲକ୍ମଃନ୍ କାବା ଅୟି କୟ୍ଲାୟ୍, "ଏ କଃନ୍କା ଲକ୍, ବାଉ ଆର୍ ସଃମ୍ନ୍ଦ୍ ହେଁ ତାର୍ କଃତା ମାନୁଲାୟ୍ ।"