ବୁତ୍ ଡଃସ୍ଲା ଦୁୟ୍ ଲକ୍କେ ଜିସୁ ଉଜ୍ କଃଲା
28 ହଃଚେ ସେହାଟି ଗଦରିୟମଃନାର୍ ହଲିକେ ଜିସୁ ହଚ୍ଲାକ୍, ବୁତ୍ ଡଃସ୍ଲାର୍ ଦୁୟ୍ ଲକ୍ ମଃସୁଣ୍ କାଲେ ହୁଣି ବାରାୟ୍ ତାକେ ବେଟ୍ ଅୟଃଲାୟ୍ । ସେମଃନ୍ ଅଃନାୟ୍ ସଃକ୍ତି ରିଲାୟ୍ ଜେ, ସେ ବାଟ୍ ଦଃୟି କେହେଁ ଜାଆ ଆସ୍ କଃରୁ ନଃହାର୍ତି ରିଲାୟ୍ । 29 ଆର୍ ସେଦାହ୍ରେ ସେମଃନ୍ ବେଲ୍କି ଅୟ୍କଃରି କୟ୍ଲାୟ୍, "ଏ ଇସ୍ୱରାର୍ ହୟିସି, ତର୍ ସଃଙ୍ଗ୍ ଅଃମାର୍ କାୟିରି ଆଚେ ? ବେଳା ନଃଉତ୍ ତୁୟ୍ କି ଅଃମିମଃନ୍କେ ଡଃଣ୍ଡ୍ ଦେଉଁକେ ଇତି ଆୟ୍ଲିସ୍ ?"
30 ଆର୍ ସେମଃନାର୍ ତଃୟ୍ହୁଣି ଦୁରିକେ ଗଟ୍ ଗୁସ୍ରା ମଃନ୍ଦା ଚଃର୍ତିରିଲାୟ୍ । 31 ସେତାକ୍ ବୁତ୍ମଃନ୍ ଜିସୁକେ ଗଃଉଆରି କଃରି କଃଉଁକେ ଦଃର୍ଲାୟ୍, "ତୁୟ୍ ଜଦି ଅଃମିମଃନ୍କେ ଚାଡାଉସି, ତଃବେ ଗୁସ୍ରା ମଃନ୍ଦାର୍ ବିତ୍ରେ ହଃଟାଉ ।"
32 ଜିସୁ ସେମଃନ୍କେ କୟ୍ଲା, "ଜାହା ।" ସେତାକ୍ ସେମଃନ୍ ବାରାୟ୍ ଗୁସ୍ରାମଃନାର୍ ବିତ୍ରେ ହୁର୍ଲାୟ୍, ଆର୍ ଗୁସ୍ରା ମଃନ୍ଦା ସଃବୁ ରସେ ଦଃବ୍ଳି ଜାୟ୍ ସଃମଃନ୍ଦ୍ କଃଣ୍ଡାୟ୍ ହୁଣି ଆସି ସଃମଃନ୍ଦ୍ ବିତ୍ରେ ଅଦ୍ରି ବୁଡି ମଃଲାୟ୍ ।
33 ଆରେକ୍ ଚଃରାଉତା ଲକ୍ମଃନ୍ ହଃଳାୟ୍ ଗଃଳାୟ୍ ଆର୍ ଗଃଳ୍ ବିତ୍ରେ ଜାୟ୍ ସଃବୁ କଃତା ଆର୍ ବୁତ୍ ଡଃସ୍ଲାର୍ ଲକ୍କେ ଜାୟ୍ ଜାୟ୍ରି ଗଃଟିରିଲି ସେରିମଃନ୍ ଜାଣାୟ୍ଲାୟ୍ । 34 ଆର୍ ଗଃଳ୍ ବିତ୍ରାର୍ ସଃବୁ ଲକ୍ ଜିସୁକେ ବେଟ୍ ଅଃଉଁକେ ବାରାୟ୍ ଆୟ୍ଲାୟ୍, ଆର୍ ତାକ୍ ଦଃକି ସେମଃନାର୍ ସଃନ୍ଦାୟ୍ ହୁଣି ବାରାୟ୍ ଜଃଉଁକେ ଗଃଉଆରି କଃଲାୟି ।