ଜିସୁ ଗଟେକ୍ ରମିୟ ସଃଇନାର୍ ମୁଳିକାର୍ ଦଃଙ୍ଗ୍ଳାକେ ଉଜ୍ କଃଲା
5 ଜିସୁ କପୁର୍ନାହୁମ୍ ଗଃଳେ ଆୟ୍ଲାକ୍, ଗଟେକ୍ ସଏ ସଃଇନାର୍ ଅଃଦିକାରି ତାର୍ ଚଃମେ ଆସି ଗଃଉଆରି କଃରି କୟ୍ଲା, 6 "ଏ ମାପୁର୍, ମର୍ ଦଃଙ୍ଗ୍ଳା ଏକ୍ଅଃଙ୍ଗି ରଗେ ହଃଳିକଃରି ବଃଡେ କଃସ୍ଟ ହାୟ୍ଁ ଗଃରେ ଟାଟାୟ୍ ସଇଆଚେ ।"
7 ଜିସୁ ତାକ୍ କୟ୍ଲା, "ମୁଁୟ୍ ଜାୟ୍ ତାକ୍ ଉଜ୍ କଃରିନ୍ଦ୍ ।"
8 ମଃତର୍ ସେ ସଃଇନ୍ ଅଃଦିକାରି ଉତୁର୍ ଦିଲା, "ମାପୁର୍, ତୁୟ୍ ଜେ ମର୍ ଗଃରେ ହାଦ୍ ହଃକାଉସି ମୁଁୟ୍ ଅଃନ୍କା ଜୟ୍ଗ୍ ନାୟ୍, ମଃତର୍ ତୁୟ୍ ହଃଦେକ୍ କଃଉ, ମର୍ ଦଃଙ୍ଗ୍ଳା ଉଜ୍ ଅୟ୍ଦ୍ । 9 ବଃଲେକ୍ ମୁଁୟ୍ ମର୍ ଉହ୍ରାର୍ ଅଃଦିକାରି ତଃଳେ ରେତା ଲକ୍ ଅୟିଲେକ୍ ହେଁ ମର୍ ତଃଳେ ସଃଇନ୍ମଃନ୍ ଆଚ୍ତି; ମୁଁୟ୍ ଗଟ୍ ଲକ୍କେ, ‘ଜାଆ !’ ବଃଲେକ୍ ସେ ଜାୟ୍ଦ୍, ଆରେକ୍ ଗଟ୍ଲକ୍କେ, ‘ଆଉ !’ ବଃଲେକ୍ ସେ ଆସେଦ୍; ଆର୍ ମର୍ ଗତିଦଃଙ୍ଗ୍ଳାକ୍, ଇରି କଃର୍ ! ବଃଲେକ୍ ସେ କଃରେଦ୍ ।"
10 ଜିସୁ ଇରି ସୁଣି କାବା ଅୟି ହଃଚ୍ ବାଟ ଆସ୍ତା ଲକ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଇସ୍ରାଏଲ୍ ବିତ୍ରେ ଅଃଡେକ୍ ବଃଡ୍ ବିସ୍ୱାସ୍ ନଃହାୟ୍ଁ । 11 ୮:୧୧ ଲୁକ ୧୩:୨୯.ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଗାଦେକ୍ ଲକ୍ ଉଦ୍ତି ଆର୍ ବୁଡ୍ତି ବାଟ୍ହୁଣି ଆସି ଅବ୍ରାହାମ୍, ଇସାକ୍ ଆର୍ ଜାକୁବକ୍ ସଃଙ୍ଗ୍ ସଃର୍ଗ୍ ରାଇଜେ ବଜି କାଉଁକେ ବଃସ୍ତି । 12 ୮:୧୨ ମାତି ୨୨:୧୩; ୨୫:୩୦; ଲୁକ ୧୩:୨୮.ମଃତର୍ ଜୁୟି ଲକ୍ମଃନ୍ ସେ ରାଇଜେ ରେତା କଃତା, ସେମଃନ୍କେ ହଃଦାୟି ଅଃନ୍ଦାରେ ହଃକାଅୟଃଦ୍, ସେତି କାନ୍ଦ୍ତି ଆର୍ ଦାତ୍ ଚାବି ଅଃଉତି ।" 13 ଆର୍ ଜିସୁ ସଃଇନ୍ ଅଃଦିକାରିକ୍ କୟ୍ଲା, "ଜାଆ, ତୁୟ୍ ଜଃନ୍କଃରି ବିସ୍ୱାସ୍ କଃରି ଆଚ୍ସି, ତର୍ ଉହ୍ରେ ସେନ୍ ଅଃଉଅ ।"
ସେଦାହ୍ରେ ସେ ଦଃଙ୍ଗ୍ଳା ଉଜ୍ ଅୟ୍ଲା ।