12 ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।
ବାୟ୍ର୍ ବାଦା ଗଃଟାଉଆ ନାୟ୍
13 ତଃବେ ତୁମି ଏକ୍ ଆରେକାର୍ ବିଚାର୍ କଃରା ନାୟ୍ । ଆର୍ ଇରଃକମ୍ ହେଁ କାୟି କାମ୍ କଃରା ନାୟ୍, ଜୁୟ୍ତାର୍ ଗିନେ କି ତୁମାର୍ ବାୟ୍ ଜଟ୍ୟାୟ୍ ଅୟି ହାହ୍ କଃରେଦ୍ । 14 ମୁୟ୍ଁ ଜାଣି ଆଚି ଆର୍ ମାପୁର୍ ଜିସୁର୍ ତଃୟ୍ ବାୟ୍ଦ୍ରେ ଜାଣୁଲେ ଜେ, କାୟି ହେଁ କାଦି ବିଟାଳ୍ ନୟ୍, ମଃତର୍ ଜୁୟ୍ଲକ୍ କାୟି କାଦିକ୍ ବିଟାଳ୍ ବଃଲି ମଃନେ କଃରେଦ୍ ତାର୍, ଗିନେ ସେରି ବିଟାଳ୍ ।