2 ସେରି କଃବେ ହେଁ ନଃଉଅ, ହାହେ ମଃରି ଆଚୁ ଜେ ଅଃମିମଃନ୍, ସେତି କଃନ୍କଃରି ଜିବନ୍ ରେଉଁଆ ? 3 ଅଃମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟ ଜିସୁର୍ ତଃୟ୍ ବାପ୍ତିସମ୍ ଅୟି ଆଚୁ, ସଃବୁଲକ୍ ଜେ ତାର୍ ମଃର୍ନେ ବାପ୍ତିସମ୍ ଅୟି ଆଚୁ, ଇରି କି ତୁମିମଃନ୍ ନଃଜାଣାସ୍ ? 4 ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
5 କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟି ଆଚୁ ସେନ୍ ଅୟିଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । 6 ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟିଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟି ଆଚୁ । 7 କାୟିତାକ୍ବଃଲେକ୍ ଜେ ମଃରି ଆଚେ ସେ ହାହାର୍ ସଃକ୍ତିଏ ହୁଣି ମୁକ୍ଲିଆଚେ ।