ବିହେ ସାମୁଆଁନେ ନିଅମ୍
1 ପେନେ ଉଲିଆନ୍ନିଆ ଆଣ୍ଡିନେ ସାପା ପ୍ରସ୍ନ ସାଲ୍ୟାଃକୁପେବକେ, ଏବେ ନେଙ୍ଗ୍ ଆତେନ୍ ସାପାନେ ଉତର୍ ମ୍ୱିଏ । ଙ୍ଗିରେ ଇସାବ୍ରେ ବିଏ ଆଡିଙ୍ଗ୍ନେ ନିମାଣ୍ଡା । 2 ମାତର୍ ସାପା ଅଡ଼ାରେଗ୍ ତ୍ନ ଲେଃଗେସା ସାପା ଙ୍ଗିର୍ବଏନେ ସେଲାମ୍ବୁଏ ବାରି ସାପା ସେଲାମ୍ବୁଏଃ ଙ୍ଗିର୍ବଏ ଲେଃନେ ଦର୍କାର୍ । 3 ନିଜର୍ ଗାଗ୍ଡ଼େ ଆଡ଼ାତ୍ରା ସେଲାମ୍ବୁଏଃନେ ଅଦିକାର୍ ଣ୍ଡୁ ମାତର୍ ଙ୍ଗିରେନେ ଲେଃକେ । ଟିକ୍ ଦେତ୍ରକମ୍ ନିଜର୍ ଗାଗ୍ଡ଼େ ଆଡ଼ାତ୍ରା ଙ୍ଗିରେନେ ଅଦିକାର୍ ଣ୍ଡୁ ମାତର୍ ସେଲାମ୍ବୁଏଃ ଲେଃକେ । 4 ସେଲାମ୍ବୁଏଃ ନିଜର୍ ଗାଗ୍ଡ଼େ ଆଡ଼ାତ୍ରା ଅଦିକାର୍ ଣ୍ଡୁ ମାତର୍ ଆଣ୍ଡାନେ ଲେଃକେ; ଦେତ୍ରକମ୍ ଡିଗ୍ ଆଣ୍ଡାନେ ନିଜର୍ ଗାଗ୍ଡ଼େ ଆଡ଼ାତ୍ରା ଅଦିକାର୍ ଣ୍ଡୁ ମାତର୍ ସେଲାମ୍ବୁଏଃ ଲେଃକେ । 5 ନିଜର୍ ନିଜର୍ ବାନ୍ ମେଇଂ ବିନେ ଆଲେଃ ଆର୍ଲେ । ମାତର୍ ମ୍ୱାୟାନୁଗ୍ ମୁଇଂ ମନ୍ ଡିଙ୍ଗ୍ଚେ ପାର୍ତନାନ୍ନିଆ ୱେନ୍ସା ଉଡ଼ିପର୍ ଜାକ ବିନେ ଲେଃଆର୍ଏ । ଆତ୍ମାନ୍ନିଆ ଜିତେନେ ଅବାବ୍ ନ୍ସା ସଏତାନ୍ ଡିରକମ୍ ଆମେଇଂକେ ଅଲ୍ଗା ମନ୍ ଆବି ଣ୍ଡୁ ଆତେନ୍ସା ମେଇଂ ବାର୍ମୁଇଂତର୍ ମୁଇଂଅରିଆ ଡିଙ୍ଗ୍ଲେଃ ।