42 ଆଦିଙ୍କ୍ ଇଶ୍ୱର୍ ଅଡ଼୍ ସେଙ୍ଗେ କପାମ୍ ଆତ୍ତଣ୍ଡ୍ ନୁ ଅଡ଼୍କିଂଙ୍କ୍ ସ୍ୱର୍ଗତାଗ୍ ମାନ୍ଦାନ୍ ଉକାକିଙ୍କ୍ ଉପାସନା ମାଡ଼ାନଙ୍କ୍ ୱିଡ଼୍ସିତ୍ତଣ୍ଡ୍ । ଇଦ୍ ବିଷୟ୍ତେ ବାବବାଦୀଡ଼ାଦ୍ ବଇତାଗ୍ ଲେକାମିନ୍ଦେ, ‘ହୋ ଇସ୍ରାଏଲ୍ ବଂଶତଡ଼୍ ! ଉସ୍କ ନେଲ୍ତାଗ୍ ଚାଲିଶ୍ ହେଣ୍ଡ୍କ୍ ଯାକ ମିଡ଼୍ ନା’ ସେଙ୍ଗେ ପଶୁ ବଲି ନୁ ହୋମବଲି ହିୱକଟ୍ ମାତ୍ତିଡ଼୍ । 43 ବାତେଙ୍କ୍ ଇତ୍କେ ମିଡ଼୍ ପୁଜା ମାଡ଼ାନଙ୍କ୍ ବେନ୍ ପୁତ୍ଲାକିଙ୍କ୍ ତିଆର୍ ମାଡ଼ିମାତ୍ତିଡ଼୍, ଆଦ୍ ମାଲିକ୍ତେ ତମ୍ବୁ ନୁ ଉକାମ୍ ଦେୟାମ୍ ରମ୍ପା ପୁତ୍ଲାତିଙ୍କ୍ କାଞ୍ଜୀ ହତ୍ତିଡ଼୍ । ଆଦିଙ୍କ୍ ନାନ୍ ମିକିଂଙ୍କ୍ ବାବିଲୋନ୍ ଦେଶ୍ତେ ମେଣ୍ଡନ୍ପାକ୍ ରହତିତାନ୍ ।"