1 ମି ବାନ୍ୟା ମାନାୟାର୍ କାଜିଂ ଡାରା ଆମାଟ୍, ଆରେ ହେୱାର୍ ହାଙ୍ଗ୍ଦାକାଦେର୍ ଆଦେଂ ଇଚା କିମାଟ୍ । 2 ଇନାକିଦେଂକି ହେୱାର୍ତି ୱାସ୍କି ବାନ୍ୟା ହାନ୍ଦାୟ୍ କିନାତ୍, ଆରେ ହେୱାର୍ତି ୱେଇ ବାନ୍ୟା କାତା ଇନାତ୍ । 3 ଗିୟାନ୍ତ ଇଲ୍ ରଚ୍ୟା ଆନାତ୍ ଆରି ବୁଦିତ ହେଦାଂ ତିର୍ ଆନାତ୍; 4 ଗିୟାନ୍ତ ହେୱାର୍ତି ବାକ୍ରାଙ୍ଗ୍ ସବୁ ବେସିମଲ୍ ଆରି ହଲ୍ନାକା ଜିନିସ୍ତ ବାର୍ତି ଆନାତ୍ । 5 ଗିଆନି ମାନାୟ୍ ବାଡ଼୍କାସ୍, ଆରେ ବୁଦିକାରିୟା ଲକ୍ ବାଡ଼୍କାସ୍ ବାଡାୟ୍ କିନାନ୍ । 6 ଇଚିସ୍ ମାନାୟ୍ ହାର୍ ବୁଜାମୁଣା ଅଜ଼ି ଜାର୍ ଜୁଜ୍ କିନାଦେର୍; ଆରେ, ମେଲ୍ୟାର୍ ହୁକେ ମୁକ୍ଡ଼ାନାକା ଆନାତ୍ । 7 ଅଗିୟାନି କାଜିଂ ଗିଆନ୍ ବେସି ଉଚା; ହେୱାନ୍ ଗାଡ଼୍ ଦୁୱେର୍ତ ଜାର୍ ୱେଇ କିଉନ୍ । 8 ଇମ୍ଣି ମାନାୟ୍ ବାନ୍ୟା କିଦେଂ ମାନ୍ କିନାନ୍, ମାନାୟାର୍ ତାଙ୍ଗେଙ୍ଗ୍ ପେର୍ହୁଡ଼ା ଇଞ୍ଜି ଇନାର୍ । 9 ଅଗିୟାନିତି ବାବିକିନାକା ପାପ୍ନିକା; ଆରେ, ନିନ୍ଦାକିନାକାନ୍ ମାନାୟ୍ ଲାଗାଂ ଗିଣ୍ ପାୟାନାନ୍ । 10 ବିପଦ୍ନି ଦିନ୍ତ ଏପେଙ୍ଗ୍ ଇନାୱାଡ଼ାଙ୍ଗ୍ ସାସ୍ନାଦାର୍ ଆନାୟ୍, ଲାଗିଂ ମି ସାକ୍ତି ଅଲପ୍ ମାନାତ୍। 11 ହାକି କାଜିଂ ଅସି ହାନି ମାନାୟ୍ତିଂ ଉଦାର୍ କିୟାଟ୍ ଆରି ଅହ୍ୟାନି କାଜିଂ ଜାଲ୍ଦି ମାନାୟ୍ତିଂ ରାକ୍ୟା କିନି କାଜିଂ ଏଲା ଆମା । 12 ଇନାୱାଡ଼ାଙ୍ଗ୍ ଏପେଙ୍ଗ୍ ଇନାଦେର୍, ହୁଡ଼ାଟ୍, ଆପେଙ୍ଗ୍ ଇଦାଂ ପୁନ୍ୱାତାପ୍ନା, ଲାଗିଂ ୱାସ୍କିନି ତୁଲାୟ୍ କିନାକାନ୍ ଇନାକା ହେଦାଂ ବୁଜା ଆଉନ୍? ଆରେ, ମି ପାରାଣ୍ନି ରାକ୍ୟା କାରିୟା ଇନାକା ପୁନୁନ୍? ଆରେ, ହେୱାନ୍ ଇନାକା କାଜିଂ ରୱାନିଂ ଜାର୍ କାମାୟ୍ ଇସାପ୍ରେ ପାତିପାଡ଼୍ ହିଉନ୍? 13 ଏ ନା ମାଜ଼ି, ଏପେଙ୍ଗ୍ ପୁକି ତିନାଟ୍, ଇନେସ୍କି ହେଦାଂ ହାର୍; ଆରେ, ପଡ଼ିନି ଚିକାଣ୍ ୱେଣ୍ଡାଟ୍, ଇନେସ୍କି ହେଦାଂ ନି ୱେଇଦିଂ ହୱାଦ୍ ଆଦ୍ନାତ୍ । 14 ଗିଆନ୍ ମି ପାରାଣ୍ କାଜିଂ ହେ ଲାକେ ଇଞ୍ଜି ଏପେଙ୍ଗ୍ ପୁନାଦେର୍; ଏପେଙ୍ଗ୍ ହେଦାଂ ପାୟାତିସ୍, ମାନିନିକା ମାନିକାଜିଂ ମିଦାଂ ବାର୍ସି ବେକାର୍ ଆଉତ୍ । 15 ଏ ବାନ୍ୟା ଲକ୍, ଏପେଙ୍ଗ୍ ଦାର୍ମିର୍ତି ମାନିବାହା ବେରୁତ କୁଚ୍ମାଟ୍; ହେୱାର୍ତି ଜମ୍ନି ବାହାଙ୍ଗ୍ ନସ୍ଟ କିମାଟ୍ । 16 ଲାଗିଂ ଦାର୍ମିନିକାର୍ ସାତ୍ହଟ୍ ଆର୍ତିସ୍ ପା ଆରେରଗ ନିଙ୍ଗ୍ନାର୍ ମାତର୍ ଦୁସ୍ଟର୍ ବିପତ୍ତ ଅସ୍ଦି ଗୁର୍ନାର୍ । 17 ମି ସାତ୍ରୁ ମୁଚ୍ୟାତିସ୍ ୱାରି କିମାଟ୍, ମାତର୍ ହେୱାନ୍ ଅସ୍ଦି ଗୁର୍ତିସ୍, ମି ଚିନ୍ତା ୱାରିୟା ଆମେନ୍ । 18 ଇନେସ୍କି ନିତ୍ରେମାପ୍ରୁ ହେଦାଂ ହୁଡ଼୍ଜି ସାରି ଆଉନ୍ ଆରି ହେୱାର୍ତାକେ ଜାର୍ କାକ୍ରି ମାସ୍ତି ତେନାନ୍ । 19 ବାନ୍ୟା କାମାୟ୍ କିନାକାରିଂ କାଜିଂ ରିସା ଆମାଟ୍; ଆରେ, ଦୁସ୍ଟର୍ତି କାଜିଂ ଆକାର୍ କିମାଟ୍ । 20 ଇନାକିଦେଂକି ବାନ୍ୟା ମାନାୟାର୍ତି ଇନାକାପା ଇନାମ୍ ଆଉତ୍ ଆରି ଦୁସ୍ଟର୍ତି ବୈଟା ହାନାତ୍ । 21 ଏ ନା ମାଜ଼ି, ନିତ୍ରେମାପ୍ରୁଙ୍ଗ୍ ଆରି ରାଜାତିଂ ପାଣ୍ଡ୍ରା ଆଡ, ଆରେ ବେରୁକିନାକାନ୍ ଲାହାଙ୍ଗ୍ ମେହା ଆମାଟ୍ । 22 ଇନାକିଦେଂକି ତ୍ରିପ୍କୁ ହେୱାର୍ତି ବିପଦ୍ ଗିଟାନାତ୍; ଆରେ, ହେ ରିୟାର୍ତି ଦୁକ୍ ଇନେର୍ ପୁନାର୍?
23 ଇ ସବୁ ପା ଗିଆନିର୍ତି କାତା । ବିଚାର୍ତ ମାନାୟ୍ତିଂ ମୁକ୍ମେଟ୍ କିନାକା ହାର୍ ଆକାୟ୍ । 24 ବାନ୍ୟାଙ୍ଗ୍ ଇନେନ୍ ଇନାର୍, ଏନେଙ୍ଗ୍ ଦାର୍ମି, ତାଙ୍ଗେଙ୍ଗ୍ ଲକ୍ ସାଇପ୍ ହିନାର୍, କୁଟୁମ୍ନିକାର୍ ତାଙ୍ଗେଙ୍ଗ୍ ଗିଣ୍କିନାର୍ । 25 ମତର୍ ଇମ୍ଣାକାର୍ ତାଙ୍ଗେଙ୍ଗ୍ କେତ୍ନାର୍, ହେୱାର୍ତି ୱାରି ଆନାତ୍; ଆରେ, ହାର୍ଦି ଆର୍ସିବାଦ୍ ହେୱାର୍ ଜପି ଆରେତ୍ । 26 ଇନେନ୍ ଟିକ୍ ଉତର୍ ହିନାନ୍, ହେୱାନ୍ ୱେଇଦାଂ ଡଞ୍ଜ୍ନାକାନ୍ ଲାକେ । 27 ବାର୍ତ ମି କାମାୟ୍ନି ଆଡ଼୍ମାଡ଼୍ ଜାଲ୍ଦି କିୟାଟ୍, ଜମିତ ଜାର୍ କାଜିଂ ହେଦାଂ ଜାଲ୍ଦି କିୟାଟ୍; ତାପାଚେ ଜାର୍ ଇଲ୍ ରଚାଟ୍ । 28 ବିନାକାରଣ୍ତ ମି ପାଡ଼୍ହାଇଞ୍ଜାକାର୍ ବିନ୍ପାକ୍ୟାତ ସାକି ଆମାଟ୍ ଆରି ମି ୱେଇ ହୁକେ ଟକାୟ୍ କିମାଟ୍ । 29 ହେୱାନ୍ ନା କାଜିଂ ଇନେସ୍ କିତାନ୍ନା, ହେଦାଂ କାଜିଂ ଆନ୍ ହେଲାକେ କିନାଙ୍ଗ୍ ଆରି ତା କାମାୟ୍ ଇସାପ୍ରେ ଆନ୍ ତାଙ୍ଗେଙ୍ଗ୍ ପାତିପାଡ଼୍ ହିନାଙ୍ଗ୍, ଇଲାକେ ଇନ୍ମାଟ୍ । 30 ଆନ୍ ନିସ୍ତାୟ୍ତି ଜମି ଆରି ବୁଦିହିଲ୍ୱି ମାନାୟ୍ତି ଅଙ୍ଗୁର୍ବାଡ଼୍ ହିଜ଼ି ହାଚାଙ୍ଗ୍ । 31 ଆରେ ହୁଡ଼ାଟ୍, ହେବେନି ସବୁନିପ ୱାଡ଼ିଙ୍ଗ୍ ପାନ୍ତିକ୍ନା ଆରି କାଚେଲିଂ ତା ଜପି ମେଙ୍ଗ୍ତିକ୍ନା, ହେବେନି କାଲ୍କୁ ଡାଣ୍ଡ୍କାତି ସବୁ ଡ୍ରିଙ୍ଗ୍ତାତ୍ନା । 32 ତାପାଚେ ଆନ୍ ହୁଡ଼୍ତାଂ, ଆରେ ମାନ୍ଦିୟାନ୍ କିତାଙ୍ଗ୍; ଆନ୍ ହୁଡ଼୍ତାଂ ଆରି ହାର୍ଦି ହିକ୍ୟା ଆଦେସ୍ ପାୟାତାଂ । 33 ଆରେ ଅଲପ୍ ହୁଞ୍ଚିସ୍, ଆରେ ଅଲପ୍ ଡୁଗ୍ତିସ୍, ଆରେ ଅଲପ୍ ହୁଞ୍ଜ୍ନି କାଜିଂ କେଇକୁ ଡ୍ରିପ୍ୟାନାନ୍ । 34 ମି ଅର୍କିତ୍ତ ମାଙ୍ଗ୍ତିୟା ଲାକେ, ଆରେ ମି ଡାକୁ ରାକ୍ୟା ଲକ୍ ଲାକେ ଏକାୱାନାର୍ ।