1 ଜାକିତି ମାଜ଼ି ଅଗୁରତି କାତା; ଅରତ୍ ବାବିକିନାନ୍ । ହେୱାନ୍ ମାନାୟ୍ ଇତିୟେଲ୍ତିଂ ଇଚିସ୍, ଇତିୟେଲ୍ ଆରି ଉକଲତିଂ ଇନାନ୍: 2 ଆତିସ୍ପା ଆନ୍ ମାନାୟ୍ ବାଟା ନିର୍ବୁଦିୟା ଆନାଙ୍ଗ୍, ଆରେ ନାତାକେ ମାନାୟ୍ତି ବାବିକିନାକା ହିଲୁତ୍ । 3 ଆନ୍ ଗିଆନ୍ ହିକାୱାତାଂନା, କି ଦାର୍ମିତି ବିସ୍ରେ ବିଦ୍ୟା ନାତାକେ ହିଲୁତ୍ । 4 ଇନେର୍ ସାର୍ଗେ ଦୁମ୍ଜି ହେବେତାଂ ଜୁତ୍ତାନ୍ନା? ଇନେର୍ ଜାର୍ ମୁଟାତ ଡ଼ୁଇ ରୁଣ୍ଡାୟ୍ କିତାର୍ଣ୍ଣା? ଇନେର୍ ଜାର୍ ହେନ୍ଦ୍ରାତ ଏଜ଼ୁକାଂ ଗାଚ୍ଚାନ୍ନା? ଇନେର୍ ପୁର୍ତିନି ସବୁ ହାନ୍ଦି ରଚ୍ଚାନ୍ନା? ହେୱାନ୍ ତର୍ ଇନାକା? ହେୱାନ୍ତି ମାଜ଼ି ତର୍ ଇନାକା? ଇଦାଂ ଏଚେକାଡ଼୍ଦ ଜଦି ପୁନାୟ୍ ତେବେ ନାଙ୍ଗ୍ ଇଞ୍ଜା । 5 ପର୍ମେସ୍ୱର୍ତି ୱିଜ଼ୁ ବଚନ୍ ପରିକ୍ୟାକିୟାଜ଼ି ବାର୍ତି ଆତାନ୍ନା; ଇମ୍ଣାକାର୍ ତା ଆହ୍ର ଆନାର୍, ହେୱାନ୍ ହେୱାର୍ତି ଆଡାନାକା ଆନାନ୍ । 6 ତା ବଚନ୍ତ ମେହାୟ୍ କିମାଟ୍, କିତିସ୍ ହେୱାନ୍ ମିଙ୍ଗେଙ୍ଗ୍ କେତ୍ତାନାନ୍, ଆରେ, ଏପେଙ୍ଗ୍ ମିଚ୍ଇନାକା ଜାଣା ପଡ଼ାନାତ୍ । 7 ଆନ୍ ମି ଲାଗାଂ ଇ ରିଣ୍ଡି ବିସ୍ରେ ଏନ୍ତାତାଙ୍ଗ୍ନା, ଆନ୍ ହାନି ଆଗେ ହେଦାଂ ନାଙ୍ଗ୍ ହିଦେଂ ମୁନା କିମା । 8 ବେକାର୍ ଆରି ମିଚ୍କାତା ନାଙ୍ଗ୍ତାଂ ଦେହା କିୟା; ନାଙ୍ଗ୍ ଅର୍କିତ୍ କି ଦନ୍ ହିଦ୍ମା; ନା ଅଲିତିଂ ପାଡ଼ି ହିଜ଼ି ନାଙ୍ଗ୍ ପହାପାଲି କିଦା । 9 ଜଦି ନା ଦନ୍ ବାଡା ଆତିସ୍ ନିଙ୍ଗେଙ୍ଗ୍ ମାନିକିଦ୍ୱାଦାଂ ଇନାଙ୍ଗ୍, ନିତ୍ରେମାପ୍ରୁ ଇନେନ୍? କି ଅର୍କିତ୍ ଆତିସ୍ ଚର୍ କିନାଂ ଆରି ପର୍ମେସ୍ୱର୍ତି ତର୍ ମିଚ୍ତ ଆନାଙ୍ଗ୍ । 10 ଇମ୍ଣି ଆଡ଼ିଏନିଂ ହାଉକାର୍ ତାକେ ଦସି କିମାଟ୍, କିତିସ୍ ହେୱାନ୍ ମିଙ୍ଗେଙ୍ଗ୍ ସାଇପ୍ ହିଦ୍ନାନ୍ ଆରି ଏପେଙ୍ଗ୍ ଦସି ଗାଣାକିୟା ଆନାଦେର୍ । 11 ଇମ୍ଣାକାର୍ ଜାର୍ ଆବାଙ୍ଗ୍ ରାଣ୍ ହିନାର୍, ଆରେ ଜାର୍ ଆୟାଙ୍ଗ୍ ଆର୍ସିବାଦ୍ କିଉର୍, ଏଲେଙ୍ଗ୍ବାର୍ତି ର ଟିକ୍ ମାନାତ୍ । 12 ଜାର୍ କାଣ୍କୁତ ନିର୍ମଲ୍, ଇଲାକେ ର ଲାତ୍ରା ମାନାତ୍, ଆତିସ୍ପା ହେୱାର୍ ଜାର୍ ତୁକେର୍ତାଂ ନୁସ୍ୟାୱାତାନ୍ନା । 13 ର ଲାତ୍ରା ମାନାର୍, ଆଁ, ହେୱାର୍ ଜାର୍ କାଣ୍କୁତ ଗାଜା ଇନ୍ୟାନାର୍ ! ହେୱାର୍ ବିନ୍ ନିକାରିଂ ଇଣ୍ ହୁଡ଼୍ନାର୍। 14 ପୁର୍ତିତାଂ ଅର୍କିତ୍ତାରିଂ ଆରି ମାନାୟାର୍ ବିତ୍ରେତାଂ ଅର୍କିତାରିଂ ୱିହ୍ନି କାଜିଂ ଇମ୍ଣାକାର୍ତି ଟାଡା କାଣ୍ଡା ଲାକେ ଆରି ବିସ୍ ଟାଡା; ଚାକୁ ଲାକେ, ଏଲେଙ୍ଗ୍ ର ଲାତ୍ରା ମାନାର୍ । 15 ହୁଚିତି ରିଣ୍ଡେକ୍ ଗାଡ଼୍ଚେକ୍ ମାନିକ୍, ଇମ୍ଣାକାର୍ ଇନାର୍ ହିଦାଟ୍ ହିଦାଟ୍ । ତିନ୍ଗଟା ଜିନିସ୍ ମାନିକ୍, ଇନାକାକି ଇନେୱାଡ଼ାଙ୍ଗ୍ ପାଞ୍ଜୁନ୍, ଆରେ ଚାରିଗଟା ଜିନିସ୍ ଇନେୱାଡ଼ାଙ୍ଗ୍ ଇନୁତ୍, ବେସି ଆତାତ୍ । 16 ପାତାଲ୍ ବାଞ୍ଜ୍ଣି କଗ୍ଲେ ଏସ୍ପିହ୍ନାକା, ଆରି ବୁଇତ ଏଚେକ୍ ଏଜ଼ୁଙ୍ଗ୍ ୱାର୍ତିସ୍ପା ସାରି ଆକାୟ୍, ନାଣି ଜେ ଇନୁତ୍, ଏଚେକ୍ ଆତାତ୍ । 17 ଇମ୍ଣି କାଣ୍କୁ ଜାର୍ ଆବାଙ୍ଗ୍ କିଜାୟ୍ କିନାତ୍ ଆରି ଆୟାତି କାତା ମାନିକିଦେଂ ବେକାର୍ କିନାନ୍, ହେଦାଂ ଗାଡ଼୍ନି କାୱାଙ୍ଗ୍ ଉନ୍ଦ୍ନିକ୍, ଆରେ, ରାମାଣ୍ ପଟିନି ହିମ୍ଣାଙ୍ଗ୍ ହେଦାଂ ତିନିକ୍ । 18 ତିନ୍ଗଟା କାତା ନାଂ ବେସି କାବା ହତ୍ନାତା, ଆରେ, ଚାରିଗଟା କାତା ଆନ୍ ପୁନୁଙ୍ଗା; 19 ଆକାସ୍ତ ରାମାଣ୍ ପଟିନି ଉମ୍ନାକା, କାଲ୍କୁକାଂ ରାଚ୍ ହାନାକା, ହାମ୍ଦୁର୍ ବିତ୍ରେ ଜାଜ୍ ହାନାକା, ଜିପଲିତାକେ ଆଣ୍ଡ୍ରାହିମ୍ଣେନ୍ ହାନାକା । 20 ହେ ବାନି ଦାରିୟାଣି କଗ୍ଲେ ହାନାକା, ହେଦେଲ୍ ତିନ୍ଜି ମୁମ୍ ନୁସ୍ନାତ୍ ଆରେ ଇନାତ୍, ଆପ୍ ଇନାକା ପାପ୍ କିୱାତାପ୍ନା । 21 ତିନିଗଟା କାତାତିଂ ପୁର୍ତି କଂପା ଆନାତ୍, ଆରେ ଚାରିଗଟା କାତାତିଂ ପା, ହେଦାଂ ହେୱାନ୍ ହୁଞ୍ଜେଙ୍ଗ୍ ଆଡୁନ୍; 22 ଆଡ଼ିୟା ରାଜା ଆନାନ୍ ମୁର୍କ କାଦି ତିନ୍ଞ୍ଜି ପାଞ୍ଜ୍ନାନ୍; ବିବା ଆନି ଗିଣ୍ କଗ୍ଲେ ବଜ୍; 23 ଇମ୍ଣି, ଆଡ଼ିୟାଣି ମୁଣିକାଣିତି ପାଦ୍ ଆଦିକାର୍ ପାୟାନାତ୍ ତା ବଜ୍ ଇଦାଂ । 24 ଚାରିଗଟା ପାରାଣି ପୁର୍ତିତ ହାରୁ, ମତର୍ ବେସି ବୁଦିକାରିୟା, 25 ଦାର୍କୁ ନାଦାର୍ ନିକିଂ, ଆତିସ୍ପା କାରାମାସ୍ତ କାଦି ରୁଣ୍ଡାୟ୍ କିନିକ୍ । 26 ଅର୍ଲି ଜାତ୍କୁ ସାକ୍ତିହିଲି ଜାତି, ଆତିସ୍ପା ହେୱାର୍ ଚେଚ୍ରାତ ଜାର୍ ଜାର୍ ବାହା କିନିକ୍ । 27 ପାମିକାଂ ଇମ୍ଣି ରାଜା ହିଲୁନ୍, ଆତିସ୍ପା ହେୱାଙ୍ଗ୍ ୱିଜ଼ୁ କୁଦାକୁଦା ଆଜ଼ି ବୁଲାନିକ୍ । 28 ଆରେ, କଡିଗାତ୍ରା କେଇ ହୁକେ ଆହ୍ନାନ୍, ଆତିସ୍ପା ହେଦାଂ ରାଜାତି ମେଡ଼୍ଦ ବାହା କିନାତ୍ । 29 ତିନିଗଟା ପାରାଣି ହଲ୍ନି ଲାକେ ବୁଲାନିକ୍, ଆରେ ଚାରିଗଟା ଜାତ୍କୁ ହାର୍ ବାବ୍ରେ ବୁଲାନିକ୍; 30 ପସୁଙ୍ଗ୍ ବିତ୍ରେ ସାକ୍ତିନି ସିୟଁ ଇନେର୍ ମୁମ୍ଦାଂ ଲେଉଟା ଆଉତ୍ । 31 ଗାଞ୍ଜା; ବକା ଅଡା ଆରି ରାଜା ଇନେର୍ ବିରୁଦ୍ତ ଇନେର୍ ନିଙ୍ଗୁର୍ । 32 ଏଚେକାଡ଼୍ଦ ଏପେଙ୍ଗ୍ ଜାର୍ତିଂ ଉଚା କିନିତ ମୁଡ଼୍ନି କାମାୟ୍ କିଜ଼ି ମାନାୟ୍, କି ଏଚେକାଡ଼୍ଦ ବାନ୍ୟାହାନ୍ଦାୟ୍ କିଜ଼ି ମାନାନ୍, ତେବେ ଜାର୍ ୱେଇଦ କେଇ ହିୟା । 33 ଇନେକିଦେଂକି ଇନେସ୍ ପାଲ୍ ଗରୁଲାୟ୍ କିତିସ୍ ଜିଉଚିକାଣ୍ ହତ୍ନାତ୍ ଆରି ମୁଙ୍ଗେଲ୍ ମିନ୍ଞ୍ଜିସ୍ ନେତେର୍ ହତ୍ନାତ୍; ହେ ଲାକେ ରିସା ମାନାୟ୍ ଗଣ୍ଡ୍ଗଲ୍ ହପ୍ନାନ୍ ।
Publicidade
Publicidade