1 ଏପେଙ୍ଗ୍ ୱିଗାନି ବିସ୍ରେ ଗରବ୍ କାତା ଇନ୍ମାଟ୍; ଇନେକିଦେଂକି ର ଦିନା ଇନାକା ଗିଟାଆନାତ୍, ହେଦାଂ ମିଙ୍ଗେଙ୍ଗ୍ ଜାଣା ଆକାୟ୍ । 2 ବିନ୍ ଲକୁ ନିଙ୍ଗେଙ୍ଗ୍ ୱାରି କିଦ୍ନାର୍, ମତର୍ ମି ଜାର୍ ୱେଇ ହେଦାଂ କିମେତ୍, ଅଲ୍ଗା ଲକୁ କିଏନ୍, ମତର୍ ମି ନିଜ୍ ୱେଇ ହେଦାଂ କିମେତ୍ । 3 ବଜ୍ କାଲ୍ ଆରି ବାଲ୍ୟା ଅଜନ୍; ମତର୍ ଅଗିୟାନିତି ରିସା, ହେୱାନ୍ ରିୟାର୍ତାଂ ଅଜନ୍ । 4 କପ୍ ଦୟା ହିଲ୍ୱାକାନ୍; ଆରି ରିସା ଆତିସ୍ ଇନେରିଂ ଇଟୁନ୍; ମତର୍ ଆକାର୍ ଆଗେ ଇନେର୍ ନିଲ୍ତେଂ ଆଡ୍ନାର୍ ? 5 ଡ଼ୁକ୍ତି ଜିଉନନାକାତାଂ ହପ୍ଚି କେତ୍ନାକା ହାର୍ । 6 ଜିଉ ନନାକ୍ତୁ ଗାଉ ପାର୍ତି କିୟାନାତ୍ ମାତର୍; ମତର୍ ସାତ୍ରୁର୍ତି ଡଞ୍ଜ୍ନାକା ବେସି । 7 ପାନ୍ଚି ପାରାଣି ପୁକିୱେଣ୍ଡ୍ନାକାଦିଂ ଗିଣ୍ କିନାନ୍; ମତର୍ ନାସ୍କିତ ପାରାଣି କେନି ଜିନିସ୍ସବୁ ହୱାଦ୍ । 8 ଇମ୍ଣି ମାନାୟ୍ ଜାର୍ ବାହା ପିସ୍ତି ବୁଲା ଆନାନ୍, ହେୱାନ୍ ଗୁଡାତାଂ ବୁଲା ଆନି ପଟି ଲାକେ । 9 ଚିକାଣ୍ ଆରି ହାର୍ଗାନ୍ଦା ଦୁପ୍ନି ମାନ୍ତିଂ ୱାରି କିନାତ୍, ହେ ଲାକେ ବନ୍ଦୁତି ମାନ୍ତାଂ ହତ୍ନାକା ହୱାଦ୍ କିନାତ୍ । 10 ନିଜାର୍ ବନ୍ଦୁରିଂ ଆରି ଆବାତି ବନ୍ଦୁରିଂ ପିହ୍ମାଟ୍; ଆରେ, ମି ଗର ୱେଡ଼ାଲିଂ ଜାର୍ ଟଣ୍ଡେନ୍ ଇଞ୍ଜ ହାଲ୍ମାଟ୍; ଦେହାନି ଟଣ୍ଡେନ୍ତାଂ ଲାଗେନି ପାଡ଼୍ହାଇଞ୍ଜାକାର୍ ହାର୍ । 11 ଏ ନା ମାଜ଼ି, ଗିଆନି ଆ ଆରି ନା ମାନ୍ତିଂ ୱାରି କିଇକିୟାଟ୍; ହେବେ ଆନ୍ ଜାର୍ ନିନ୍ଦାକିନାକାନିଂ ଉତର୍ ହିଦେଂ ଆଡ୍ନାଙ୍ଗ୍ । 12 ଚାତୁର୍ ମାନାୟ୍ ଗର ହୁଡ଼୍ଜି ଜାର୍ତିଂ ଡ଼ୁଗ୍ନାନ୍; ମତର୍ ବୁଦିହିଲ୍ୱି ମାନାୟ୍ ଆଗେ ତାଙ୍ଗ୍ଜି ସାସ୍ତି ପାୟାନାନ୍ । 13 ଜାଣାହିଲ୍ୱି ମାନାୟ୍ କାଜିଂ ଇନେନ୍ ଲାଗାନାନ୍, ତା ହେନ୍ଦ୍ରା ଅୱାଟ୍; ଆରେ, ଇମ୍ଣି ମାନାୟ୍ ଲକାର୍ ଡକ୍ରି କାଜିଂ ଜାମ୍ଲି ଆନାନ୍, ହେୱାନିଂ ବାନ୍ଦା ଇଟାଟ୍ । 14 ଏପେଙ୍ଗ୍ ଇମ୍ଣା କାଦେର୍ ମି ସାଙ୍ଗଙ୍ଗ୍ ନାଣାଙ୍ଗେ ଗାଜା କାଟ୍ତାଂ ଜୱାର୍ କିଜ଼ି ଇନାଦେର୍ ହେଦାଂ ସାଇପ୍ ହିନାକା ଲାକେ ଆନାତ୍ । 15 ବେସି ବାର୍ହାଦିନ୍ତ ଏଜ଼ୁଙ୍ଗ୍ ଟୋପା ଆରି ଜଗ୍ଡ଼ା କଗ୍ଲେ, ଇ ରିଣ୍ଡାଙ୍ଗ୍ ର ସମାନ୍ ଆନିକ୍ । 16 ଇନେନ୍ ତାଙ୍ଗ୍ ଟେବାୟ୍କିନାନ୍, ହେୱାନ୍ ଡ଼ୁଇଦିଂ ଟେବାୟ୍କିନାନ୍ ଲାକେ ଆରି ତା ତିନି କେଇ ଚିକାଣ୍ ଆହ୍ନି ଲାକେ । 17 ଇନେସ୍ ଲୱା ଲୱାତିଂ ଦାରା କିନାତ୍, ହେଲାକେ ମାନାୟ୍ ଜାର୍ ସାଙ୍ଗତି ୱେଇ ପର୍ସଲ୍ କିନାତ୍ । 18 ଇନେର୍କି ତଗା ମାର୍ ଜାତୁନ୍ କିନାତ୍, ହେୱାନ୍ ହେବେନି ପାଡ଼୍ ତିନାନ୍; ଆରେ, ଇନେନ୍ ଜାର୍ ମାପ୍ରୁ କାଜିଂ ମାନ୍ଦ୍ୟାନ୍ ମାନ୍ଗାନାନ୍, ହେୱାନ୍ ମାନି ପାୟାନାନ୍ । 19 ଇନେସ୍ ଏଜ଼ୁକାଙ୍ଗ୍ ମୁମ୍ଦିଂ ମୁମ୍ ଚଞ୍ଜ୍ନାତ୍, ହେଲାକେ ମାନ୍ ମାନାୟ୍ତିଂ ଗୁଣ୍ ଚଚ୍ନାତ୍ । 20 ଇନେସ୍ ପାତାଲ୍ ଆରି ନାସ୍ ବାହା ଏଚେକାଡ଼୍ଦପା ସାରି ଆକାୟ୍, ହେଲାକେ ମାନାୟ୍ତି କାଣ୍କୁ ଏଚେକାଡ଼୍ଦପା ସାରି ଆକାୟ୍ । 21 କୟିତ ରୁପା ଉମାୟ୍ତ ହନା, ଆରାଦାନାତ ମାନାୟ୍ତି ପରିକ୍ୟା ଆନାତ୍ । 22 ଏପେଙ୍ଗ୍ ଗଁ ଲାହାଂ ଅଗିଆନିଂ ଡେକିତ ଉସ୍ତିସ୍ ନେ ତା ଅଗିୟାନି ପିସ୍ତି ହାଲୁତ୍ । 23 ଏପେଙ୍ଗ୍ ଜାର୍ ମେଣ୍ଡାମାନ୍ଦାନି ଅବସ୍ତା ପୁନି କାଜିଂ ଜାତୁନ୍ ଆଡ, ଆରେ ଜାର୍ ପସୁମାନ୍ଦା ବିସ୍ରେ ହାର୍ ବାବ୍ରେ ମାନ୍ଦ୍ୟାନ୍ କିୟାଟ୍ । 24 ଇନେକିଦେଂକି ଦନ୍ ୱିଜ଼୍ୱିକାଡ଼୍ ପାତେକ୍ ମାନୁତ୍ ଆରି ମୁକୁଟ୍ ଇନାକା ଜାଇଜୁଗ୍ ପାତେକ୍ ମାନାତ୍ କି? 25 କାଚ୍ରା ତ୍ରେସ୍ତିସ୍ କ୍ଡଗେ କାଚ୍ରା ହନାତ୍, ଆରେ ମାଡ଼ିନି କ୍ଡଗେ କାଚ୍ରା ରୁଣ୍ଡା ଆନାତ୍ । 26 ମେଣ୍ଡାହିମ୍ଣାଙ୍ଗ୍ ନିଙ୍ଗେଙ୍ଗ୍ ହେନ୍ଦ୍ରା ହିଦ୍ନିକ୍; ଆରେ, ଅଡା ନି ବାଡ଼୍ନି ମଲ୍ ଲାକେ ଆନାତ୍ । 27 ଆରେ, ଅଡାପାଲ୍ ମିଦାଂ ଆରି ମି କୁଟୁମ୍ନି କାଦି କାଜିଂ ସାରି ଆନାତ୍; ଆରେ, ମି ଆଡ଼ିୟାଣିକ୍ କାଜିଂ ଜିନାକା ଆନାତ୍ ।
Publicidade
Publicidade