1 ଏନ୍ ଦିପିଲିରେ ପୁରାଃ ହଡ଼କ ଓଡ଼ୋଃ ଇନ୍କୁଆଃ କୁଡ଼ିକ ଆକଆଃ ଆପ୍ନାଃ ଯିହୁଦୀ ହାଗାକଆଃ ବିରୁଧ୍ରେ ପୁରାଃଗି ଏତ୍କାନ୍ କାଜିକ କାଜିକେଦା।
2 ଚିମିନ୍ ହଡ଼କ କାଜିକେଦା, "ଆଲେ, ଆଲେୟାଃ ହନ୍ ଓଡ଼ୋଃ କୁଡ଼ି ମେସାକେଦ୍ତେ ପୁରାଃଗି ମେନାଲେୟା, ଏନାତେ ଜୀନିଦ୍ ତାଇନଃ ନାଙ୍ଗ୍ ଆଲେକେ ହିତା ଜ ନାମଃ ଲାଗାତିୟାଁ ଜେ'ଲେକାଚି ଆଲେ ଜୀନିଦ୍ ତାଇନାଃଲେ।"
3 ଆଡଃଚିମିନ୍ ହଡ଼କ କାଜିକେଦା, "ରିଙ୍ଗା ହବାଅଃ ଇମ୍ତା ଆଲେକେ ହିତା ଜ କିରିଙ୍ଗ୍ ନାଙ୍ଗ୍ ଆଲେୟାଃ ପିଡ଼ି, ଦାଖ୍ବାକ୍ଡ଼ି ଓଡ଼ୋଃ ଅଡ଼ାଃ ବାନ୍ଧାକ୍ ଏମ୍ ଲାଗାତିୟଁଃ ତାନା।" 4 ଆଡଃଗି ଚିମିନ୍ ହଡ଼କ କାଜିକେଦା, "ରାଜାକେ କାର୍ ଏମ୍ ନାଙ୍ଗ୍ ଆଲେ, ଆଲେୟାଃ ପିଡ଼ି ଓଡ଼ୋଃ ଦାଖ୍ବାକ୍ଡ଼ି ବାନ୍ଧାକ୍ ଏମ୍କେଦ୍ତେ ପାଏସା ଆଉକାଦାଲେ।
5 "ଆଲେୟାଃ ହଡ଼୍ମ ଓଡ଼ୋଃ ହାଗାକଆଃ ହଡ଼୍ମ ମିଦ୍ଗି ମେନାଃ, ଆଲେୟାଃ ହନ୍ଗାଁଣା ଓଡ଼ୋଃ ଇନ୍କୁଆଃ ହନ୍ଗାଁଣା ମିଦ୍ଗି ତାନ୍କ। ଏନ୍ରେୟ ଆଲେ ଆଲେୟାଃ ହନ୍ଗାଁଣାକକେ ଦାସିୟଃ ନାଙ୍ଗ୍ ଆଖ୍ରିଙ୍ଗ୍ ତାନାଲେ। ଓଡ଼ୋଃ ଆଲେୟାଃ କୁଡ଼ିକଏତେ ଚିମିନ୍ କୁଡ଼ି ଦାସିୟଃ ନାଙ୍ଗ୍ ଆଖ୍ରିଙ୍ଗ୍କାନାକ। ଆଲେୟାଃ ଓଡ଼ୋଃ ଜେତାନ୍ ପେଡ଼େଃ ବାନଃଆ, ଚିଆଃଚି ଏଟାଃ ହଡ଼କତାଃରେ ଆଲେୟାଃ ପିଡ଼ି ଓଡ଼ୋଃ ଦାଖ୍ବାକ୍ଡ଼ି ଆକ୍ତେୟାର୍କାଦାକ।"
6 ଆଇଙ୍ଗ୍ ଇନ୍କୁଆଃ ରାନାଃ ଓଡ଼ୋଃ ନେ ସବେନ୍ କାଜି ଆୟୁମ୍କେଦ୍ ଇମ୍ତା ପୁରାଃଗିଇଙ୍ଗ୍ ଖିସ୍ୟାନା। 7 ନେ' ସବେନ୍ କାଜି ମନ୍ରେ ଉଡ଼ୁଃକେଦ୍ତେ ଆଗୁଆଇକକେ ଓଡ଼ୋଃ ହାକିମ୍କକେ କାଜିକେଦ୍କଆଇଙ୍ଗ୍, "ଆପେ ଆପେୟାଃ ହାଗା ଯିହୁଦୀକତାଃଏତେ ଥିମ୍ବାଗି କାନ୍ତାର୍ ଇଦିତାନାପେ।" ଏନାମେନ୍ତେ ଆଇଙ୍ଗ୍ ଇନ୍କୁଲଃ ଜାଗାର୍ ନାଙ୍ଗ୍ ମିଆଁଦ୍ ମାରାଙ୍ଗ୍ ପାଞ୍ଚେଟ୍ ଦୁବ୍ ନାଗେନ୍ତେଇଙ୍ଗ୍ କେଡ଼ା ହୁଣ୍ଡିକାଦ୍ପେୟା।
8 ଆଇଙ୍ଗ୍ କାଜିକେଦାଇଙ୍ଗ୍, "ଆଲେୟାଃ ଅକ ଯିହୁଦୀ ହାଗାକ ଏଟାଃ ଦିଶୁମ୍ରେ ଆପାନ୍କେ ଆଖ୍ରିଙ୍ଗ୍କାନ୍ ତାଇକେନାକ, ଇନ୍କୁକେ ଆଲେୟାଃ ପେଡ଼େଃ ଲେକାତେ ରାଡ଼ାକେଦ୍ତେ ଆଉକାଦ୍କଆଲେ। ନାହାଁଃ ଆପେ ଚିନାଃ ଆପେୟାଃ ହାଗାକକେ ଆଖ୍ରିଙ୍ଗ୍କଆପେ ? ଇନ୍କୁ ଚିନାଃ ଆଲେତାଃରେ ଆଖ୍ରିଙ୍ଗ୍ୟଃଁଆକ ?" ଇନ୍କୁ ଜେତ୍ନାଃ କା କାଜି ଦାଡ଼ିକେଦ୍ତେ ହାପାଗି ତାଇନ୍ୟାନାକ।
9 ଆଇଙ୍ଗ୍ ଆଡଃଗି କାଜିକେଦ୍କଆଇଙ୍ଗ୍, "ଆପେ ଅକ୍ନାଃ ରିକାତାନାପେ, ଏନା ଠାଉକା କାପେ ରିକାତାନା। ଆବୁଆଃ ଏଟାଃ ଦିଶୁମ୍ରେନ୍ ଅକନ୍କଚି ବାଇରି ତାନ୍କ, ଇନ୍କୁଆଃ ନିନ୍ଦାଏତେ ବାଞ୍ଚାଅ ନାମ୍ ନାଙ୍ଗ୍ ଆବୁଆଃ ପାର୍ମେଶ୍ୱାର୍କେ ବରଭାକ୍ତିତାନ୍ଲଃ କାମି ରିକାତେୟାଃ ଚିନାଃ ବୁଗିନାଃ ନାହାଁଲାଃ ? 10 ଆଇଙ୍ଗ୍, ଆଇଁୟାଃ ହାଗାକ ଓଡ଼ୋଃ ଦାସିକ ହଗି ହଡ଼କକେ ଟାକା ଓଡ଼ୋଃ ହିତା ରିଣି ଏମାକତାନାଲେ। ଏନାତେ ଆବୁ ନେ ରିଣିରାଃ କାନ୍ତାର୍ ଇଦିତେୟାଃ ହକାୟାବୁ। 11 ଆପେ ତିସିଙ୍ଗ୍ ଇନ୍କୁଆଃ ଲୟଙ୍ଗ୍, ଦାଖ୍ବାକ୍ଡ଼ି, ଅଲିଭ୍ ବାଗାଇଚା, ଓଡ଼ୋଃ ଅଡ଼ାଃ ରୁହାଡ଼୍ତାକପେ, ଏନ୍ତେ ଟାକା, ହିତା, ଦାଖ୍ରାସି ଓଡ଼ୋଃ ଅଲିଭ୍ ସୁନୁମ୍, ନେ ସବେନାଃରାଃ ଅକ କାନ୍ତାର୍ ଇଦିକାଦାପେ ଏନା ହଗି ରୁହାଡ଼୍ତାକପେ।"
12 ଇନ୍କୁ କାଜିକେଦାକ, "ଆଲେ ଏନ୍ ସବେନାଃ ରୁହାଡ଼୍ତାକଆଲେ ଓଡ଼ୋଃ ଇନ୍କୁତାଃଏତେ ଜେତ୍ନାଃ କାଲେ ହାଟିୟା। ଆମାଃ କାଜିଲେକା ଆଲେ କାମି ରିକାଏୟାଲେ।" ଏନ୍ତେ ଆଇଙ୍ଗ୍ ଯାଜାକ୍କକେ କେଡ଼ାକେଦ୍ତେ ଆକଆଃ ସାମ୍ନାଙ୍ଗ୍ରେ ଆଗୁଆଇକକେ ଓଡ଼ୋଃ ହାକିମ୍କକେ ନେ ବାନାର୍ସା ଲେକାଗି ରିକା ନାଙ୍ଗ୍ କିରିୟା ଇଚିକେଦ୍କଆଇଙ୍ଗ୍।
13 ଆଇଙ୍ଗ୍ ହଗି ଆଇଁୟାଃ ମାୟାଙ୍ଗ୍ରାଃ ଲିଜାଃ କଟାକେଦ୍ତେ କାଜିକେଦାଇଙ୍ଗ୍, "ଜେତାଏ ଆପ୍ନାଃ ବାନାର୍ସା ଏମାକାଦ୍ ଲେକା କାଏ ରିକାଏ ରେଦ, ପାର୍ମେଶ୍ୱାର୍ ଇନିଃକେ ଆୟାଃ ଅଡ଼ାଃଏତେ ଓଡ଼ୋଃ ଟାକା ପାଏସାଏତେ ନେ'ଲେକାଗି କଟାବାଗିକା, ଇନିଃ ନେ'ଲେକା ସବେନାଃତେ ଜାଞ୍ଜିଅଃକା।" ଏନ୍ତେ ଇନ୍କୁ ସବେନ୍କ ମିଦ୍ ମନ୍ୟାନ୍ଲଃ କାଜିକେଦାକ, "ଆମେନ୍" ଓଡ଼ୋଃ ପ୍ରାଭୁଆଃ ମାନାରାଙ୍ଗ୍ ରିକାକେଦାକ। ଓଡ଼ୋଃ ଆକଆଃ ଆପ୍ନାଃ ବାନାର୍ସା ଲେକାତେ କାମି ରିକାକେଦାକ।
14 ଆଡଃଗି ଆଇଙ୍ଗ୍ ଯିହୁଦା ପାର୍ଗାନ୍ରେ ଇନ୍କୁଆଃ ଲାଟ୍ସାହେବ୍ ହବାକାନ୍ ଦିପିଲିରାଃ ଗେଲ୍ବାର୍ ବାରାଷ୍ତାଃଏତେ, ଅର୍ଥାତ୍ ଅର୍ତ୍ତକ୍ଷସ୍ତ ରାଜା ଆକ୍ତେୟାର୍କାଦ୍ ମିଦ୍ହିସି ବାରାଷ୍ଏତେ ମିଦ୍ହିସି ଗେଲ୍ବାର୍ ବାରାଷ୍ ଜାକେଦ୍ ଆଇଙ୍ଗ୍ ଓଡ଼ୋଃ ଆଇଁୟାଃ ହାଗାକ ଲାଟ୍ସାହେବ୍ ନାଙ୍ଗ୍ ଏମଃତାନ୍ ଜମେୟାଁଃ କାଲେ ଜମ୍ତାଇକେନା। 15 ମେନ୍ଦ ଆଇଁୟାଃଏତେ ସିଦାରେନ୍ ଲାଟ୍ସାହେବ୍କଆଃ ଟାକାପାଏସା ହଡ଼କକେ ଏମଃ ତାଇକେନା। ଇନ୍କୁ ହଡ଼କତାଃଏତେ ୪୬୦ ଗ୍ରାମ୍ ରୁପାଲଃ, ଜମେୟାଁଃ ଓଡ଼ୋଃ ଦାଖ୍ରାସି ହାରମ୍ ତାଇକେନାକ। ଇମିନାଙ୍ଗ୍ ଏସ୍କାର୍ କାହାଗି, ଇନ୍କୁଆଃ ଦାସିକ ହଡ଼କକେ ସିଗିଦ୍କ ତାଇକେନାକ। ମେନ୍ଦ ଆଇଙ୍ଗ୍ ପାର୍ମେଶ୍ୱାର୍କେ ବରୱାଇ ତାଇକେନ୍ ହରାତେ, ଆଇଙ୍ଗ୍ ଏନ୍ ଲେକା କାଇଙ୍ଗ୍ ରିକା ତାଇକେନା। 16 ଏନା ରିକା ବାଦ୍ଲାରେ, ଆଇଙ୍ଗ୍ ନେ ପାଚ୍ରିକେ ଆଡଃମିସା ବାଇରୁହାଡ଼୍ କାମିରେ ମନ୍ ଏମ୍କେଦାଇଙ୍ଗ୍। ଆଇଙ୍ଗ୍ ଜେତା ଅତେ କାଇଙ୍ଗ୍ କିରିଙ୍ଗ୍କେଦା, ମେନ୍ଦ ଆଇଁୟାଃ ସବେନ୍ ହଡ଼କ ଏନ୍ତାଃରେ କାମି ନାଙ୍ଗ୍ ହୁଣ୍ଡିୟଃ ତାଇକେନାକ। 17 ଏନ୍ରେୟ ଆଲେୟାଃ ଚାରିଓସାଃରେନ୍ ଏଟାଃ ଦିଶୁମ୍କଏତେ ଆଲେତାଃ ହିଜୁଃକାନ୍ ହଡ଼କକେ ବାଗିକେଦ୍ତେ ଯିହୁଦୀ ହଡ଼କ ଓଡ଼ୋଃ ହାକିମ୍କ ୧୫୦ ଝାନ୍ ଆଇଁୟାଃଲଃ ଜମ୍ ନାଙ୍ଗ୍ ଦୁବ୍ ତାଇକେନାକ।
18 ସବେନ୍ ହୁଲାଙ୍ଗ୍ ଗୋଟ୍ରେନ୍ ମିଆଁଦ୍ ଉରିକ୍, କିରିକାନ୍ ତୁରିୟା ମିଣ୍ଡି ଓଡ଼ୋଃ ଚେଣେଁକଆଃ ମାସ୍ ଆନ୍ଦାଃ ତାଇକେନାକ ଓଡ଼ୋଃ ଗେଲେୟା ହୁଲାଙ୍ଗ୍ରେ ମିସା ସବେନ୍ ଲେକାନ୍ ଦାଖ୍ରାସି ପୁରାଃଗି ଏମଃ ତାଇକେନା। ଏନ୍ରେୟ ଆଇଙ୍ଗ୍ ଲାଟ୍ସାହେବ୍ ହିସାବ୍ରେ ହଡ଼କତାଃଏତେ ନେ ସବେନାଃ ନାଙ୍ଗ୍ କାଇଙ୍ଗ୍ ସାନାଙ୍ଗ୍କେଦା, ଚିଆଃଚି ନେ ହଡ଼କଆଃ ଚେତାନ୍ରେ ଦାସି କାମିରାଃ ବାହାରମ୍ ପୁରାଃଗି ଲାଦିୟାକାନ୍ ତାଇକେନା।
19 ହେ ଆଇଁୟାଃ ପାର୍ମେଶ୍ୱାର୍, ଆଇଙ୍ଗ୍ ନେ ହଡ଼କଆଃ ନାଙ୍ଗ୍ ଅକ କାମି ରିକା କାଦାଇଙ୍ଗ୍, ଏନା ପାହାମ୍କେଦ୍ତେ ଆଇଁୟାଃ ଚେତାନ୍ରେ ସାୟାଦ୍ ରିକାଏମେ।