23 ୨:୨୩ ମାତିଉ ୨୭:୩୫; ମାର୍କ ୧୫:୨୪; ଲୁକ୍ ୨୩:୩୩; ଜଅନ୍ ୧୯:୧୮ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ । 24 ୨:୨୪ ମାତିଉ ୨୮:୫,୬; ମାର୍କ ୧୬:୬; ଲୁକ୍ ୨୪:୫ମାତର୍ ପରମେସର୍ ଜିସୁକେ ମଲାଟାନେଅନି ଆରି ତରେକ୍ ଉଟାଇଲା । ମରନର୍ ବପୁତେଇଅନି ତାକେ ମୁକ୍ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍ଲାଇ ।
Publicidade