ମଣ୍ଡଲିକେ ତାଡ୍ନା
1 ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା ।
ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇଁ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।