18 ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା, 19 "ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।" 20 ମାତର୍ ପିତର୍ ତାକେ କଇଲା, "ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି ।
Publicidade